ବୌଦ୍ଧ: ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଶୁକ୍ରବାର ରଥକାଠ ପଠାଯାଇଛି। ଯାତ୍ରା ଆରମ୍ଭ ପୂର୍ବରୁ ବୌଦ୍ଧ ଡିଏଫ୍ଓଙ୍କ ଅଫିସ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ସମୟରେ ମନ୍ତ୍ରୀ ପ୍ରଦୀପ ଅମାତ, ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଏସ୍ପି ରାଜ ପ୍ରସାଦ, ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଡିଏଫ୍ଓ ଦେବପ୍ରିୟ କମ୍ପ ଉପସ୍ଥିତଥିଲେ। ଡିଏଫ୍ଓ ଅଫିସ ସମ୍ମୁଖରୁ ଶୋଭାଯାତ୍ରା ବାହାରି ବୁଟୁପାଲିରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରବୀନ୍ଦ୍ର କହଁର, ତହସିଲଦାର ଦେବୀ ପ୍ରସାଦ ଦାଶ, ଡିଆଇପିଆର୍ଓ ରୀତାକାନ୍ତି ବଳିଆରସିଂହଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/04/9-5.jpg)
ସୂଚନାଯୋଗ୍ୟ, ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅଧୀନ ମାତାକୁପା ସଂରକ୍ଷିତ ଜଙ୍ଗଲରୁ ରଥକାଠ ସଂଗ୍ରହ କରାଯାଇଛି। ରଥ ନିର୍ମାଣ ପାଇଁ ବୌଦ୍ଧରୁ ୩୦୨ ଖଣ୍ଡ କାଠ ଯିବାକୁ ଥିବା ବେଳେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟଳରେ ୨୮ଖଣ୍ଡ ଧଉରା କାଠ ପ୍ରେରଣ କରାଯାଇଛି। ମାଧପୁର ଓ ମନମୁଣ୍ଡା ରେଞ୍ଜ ଅଞ୍ଚଳରୁ ଆହୁରି ୨୩୦ ଖଣ୍ଡ ଅସନ, ୨୦ ଖଣ୍ଡ ଧଉରା, ୧୨ ଖଣ୍ଡ ଫାସି ଓ ୨ ଖଣ୍ଡ ଶିମିଳି କାଠ ଚିହ୍ନଟ କରି କାଟିବା ଶେଷ ହୋଇଛି। ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ମହାରଣାମାନେ ଆସି ରଥକାଠ ଚିହ୍ନଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/8-5.jpg)