ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୪୨ଦିନ ପୂରିଛି। ଆଜି ରଥଖଳାରେ ମହାରଣା ସେବକମାନେ ତିନି ରଥର ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ପରମ୍ପରା ମୁତାବକ, ଭୋଇ ସେବକମାନେ ପ୍ରଥମ ତିନି ଚକର ସିଂଗଡ଼ା ବାଡ଼ିଆ ଅନୁକୂଳ କରିଥାନ୍ତି। ସେହିଭଳି ଶେଷ ତିନି ଚକର ସିଂଗଡ଼ା ବାଡ଼ିଆ ମଧ୍ୟ ହୋଇଛି। ମା ଚର୍ଚ୍ଚିକାଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ଭୋଇ ସେବକମାନେ ଶେଷ ସିଂଗଡ଼ା ବାଡ଼ିଆ କାମ ଶେଷ କରିଛନ୍ତି। ଫଳରେ ଯନ୍ତାଗାଡ଼ କାମ ଏକ ପ୍ରକାର ଶେଷ ହୋଇଛି। ଆସନ୍ତାକାଲି ପହି ବିନ୍ଧ କାମ ଆରମ୍ଭ ହେବ। ବିନ୍ଧ କାମ ଶେଷ ହେବା ବିଲେଇ ବାଡ଼ିଆ କାମ ଶେଷ କରି ତିନି ରଥର ବିଶ୍ୱକର୍ମାମାନେ ତିନି ରଥର ଚକକାମ ସଂପୂର୍ଣ୍ଣ କରିବେ। ଏଥି ପୂର୍ବରୁ ମହାରଣା ସେବକମାାନ ଅଖ କାମ ଶେଷ କରି ସାରିଛନ୍ତି। ଆଉ କିଛି ଦିନ ଭିତରେ ତିନି ରଥର ସମସ୍ତ ଚକଡେରା କାମ ଶେଷ ହେବ। ଅନ୍ୟପଟେ ମହାରଣା ସେବକମାନେ ଦଣ୍ଡା କାମକୁ ଆଗେଇ ନେଇଛନ୍ତି। ସେହିଭଳି ଚଉଦ ନାହାକା କାମକୁ ମଧ୍ୟ ମହାରଣା ସେବକମାନେ ଆଗେଇ ନେଇଛନ୍ତି। ରୂପକାର ସେବକମାନେ ଗୁଜ କାମକୁ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଦୋଳବେଦି କମାର ଶାଳରେ ଦଣ୍ଡା କଟା, ପୋଖରିଆ ଓ ଗୟଳ କଣ୍ଟା କାମ ମଧ୍ୟ ଚାଲିଛି।
ରଥ ଖଳା ହାଲଚାଲ; ସରିଲା ଶେଷ ସିଂଗଡ଼ା ବାଡ଼ିଆ
/sambad/media/post_attachments/wp-content/uploads/2018/05/ratha-khala-1-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)