ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ଭେଟିବା ପରେ ପରବର୍ତ୍ତୀ ନିଷ୍ପତ୍ତି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନେଇ ମନ୍ଥନ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ସଂପର୍କୀତ କୌଣସି ନିଷ୍କର୍ସ ବାହାରି ନଥିବା ଜଣାଯାଇଛି। ରଥଯାତ୍ରାକୁ ନେଇ ପରିଚାଳନା କମିଟି ବୈଠକରେ ବଡ଼ ମନ୍ଥନ ହୋଇଥିଲା। ରଥଯାତ୍ରା କରାଯିବା ଉଚିତ କି ନୁହେଁ , ବୈଠକରେ ଏନେଇ ଆଲୋଚନା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ରଥଯାତ୍ରା ବନ୍ଦ ନ କରି ସୁରକ୍ଷିତ ଭାବେ କରିବାକୁ ସମସ୍ତେ ମତ ଦେଇଛନ୍ତି। ୨୮୪ ବର୍ଷ ଧରି ବନ୍ଦ ହୋଇ ନ ଥିବାରୁ ରଥଯାତ୍ରା ଏବେ ବନ୍ଦ ନ କରିବାକୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗ ନାୟକ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାଯାଇଛି। କଟକଣା ସହ ରଥଯାତ୍ରା ହେଲେ ବି ଭକ୍ତଙ୍କୁ ବାରଣ କରିହେବନି ବୋଲି ବି ବୈଠକରେ ମତ ପ୍ରକାଶ ପାଇଥିଲା।

ଅପରପକ୍ଷରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ପରବର୍ତ୍ତୀ ନିଷ୍ପତ୍ତି ହେବ ବୋଲି ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର