ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : କମିସନଙ୍କ ଦ୍ୱିତୀୟ ଶୁଣାଣି ଆଜି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଗଠନ କରିଥିବା ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ ସୋମବାର ପୁରୀ ଆସୁଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆସନ୍ତାକାଲି କମିସନ୍‌ଙ୍କ ଦ୍ୱିତୀୟ ଶୁଣାଣି ହେବ। ଏହି ଅବସରରେ ପୂର୍ବରୁ ଆହ୍ଵାନ କରାଯାଇଥିବା ସତ୍ୟପାଠ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ କମିସନ୍‌ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ କମିସନ୍‌ ଚାବି ହଜିବା ପ୍ରସଙ୍ଗରେ ସେବାୟତ ଓ ଅନ୍ୟମାନଙ୍କଠାରୁ ସତ୍ୟପାଠ ଆହ୍ଵାନ କରିଥିଲେ। ଏ ସଂପର୍କରେ କିଛି ସତ୍ୟପାଠ କମିସନ୍‌ଙ୍କ ହସ୍ତଗତ ହୋଇଛି। ଏହି ସତ୍ୟପାଠ ଓ ଅନ୍ୟାନ୍ୟ ତଥ୍ୟପ୍ରମାଣକୁ ନେଇ ଆସନ୍ତାକାଲି କମିସନ୍‌ଙ୍କ ଦ୍ୱିତୀୟ ଶୁଣାଣି ପୁରୀଠାରେ ଅନୁଷ୍ଠିତ ହେବ। ଯାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର