ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ନେଇ ଜଗନ୍ନାଥପ୍ରେମୀ ଓ ଓଡ଼ିଶାବାସୀ ଅପେକ୍ଷାରତ ଅଛନ୍ତି। ମାତ୍ର ମହାପ୍ରଭୁଙ୍କ ଏହି ଦିବ୍ୟ ଭଣ୍ଡାର କେବେ ଖୋଲିବ ସେନେଇ ଦିନ ନିର୍ଦ୍ଧାରଣ ହୋଇପାରି ନାହିଁ। କିନ୍ତୁ ସରକାର ଏନେଇ ଯେଉଁଦିନ ସରକାର ନିଷ୍ପତ୍ତି ନେବେ ସେହିଦିନ ହିଁ ଖୋଲିବ। ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ଯ୍ୟ ହେବ। ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍। ଭୁବନେଶ୍ବରରେ ପହଁଚିବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ।

Advertisment

ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବାକୁ ଅରିଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସିଛନ୍ତି। ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି। ଜୁଲାଇ ୨୮ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିଛନ୍ତି ଅରିଜିତ ପଶାୟତ। ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି।