ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ୨ଟି ଟିମ ଉପସ୍ଥିତ ରହିବେ । ଦିନ ୧୨.୨୦ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ରବେଳା । ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ।

Advertisment

ଆହୁରି ପଢନ୍ତୁ: Stock Market: ଦୋହଲିଗଲା ଷ୍ଟକ୍‌ ବଜାର: ସେନ୍‌ସେକ୍ସ ୧୦୪୮ ପଏଣ୍ଟ୍‌ ଖସିଲା, ଆମେରିକାରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ...

ଏନେଇ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି । ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ । ପ୍ରଥମେ ଚଳନ୍ତି,ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ । ଗଣତିମଣତି ସମୟରେ ବାହାର କାଠ ଦର୍ଶନ ହେବ । ଶନିବାର ରବିବାର ସମେତ ଯାନୀ ଯାତ୍ରା ଓ ନିତି ବହୁଳ ସମୟରେ ଗଣତିମଣତି କରାଯିବ ନାହିଁ । ଗଣତିମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଏ ନେଇ କୋର୍ଟକୁ ଅବଗତ କରାଯିବ ।