ଭୁବନେଶ୍ବର: ରତ୍ନଭଣ୍ଡାର ଗଣତି ନେଇ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହାର ଗଣତି ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଶେଷ ଥର ୧୯୭୮ ମସିହାରେ ମେ ୧୩ରୁ ଗଣତି ଆରମ୍ଭ ହୋଇ ଜୁଲାଇ ୨୩ରେ ଶେଷ ହୋଇଥଲା। ଭିତର ରତ୍ନଭଣ୍ଡାର ମଧ୍ୟରେ ବହୁ ଭଙ୍ଗା ଅଳଙ୍କାର ରହିଛି। ସୁନା ଓ ରୁପା କଏନ ସହ ବହୁ ପଥର ରହିଛି। ଭିତର ରତ୍ନଭଣ୍ଡାର ଅପେକ୍ଷା ବହାର ଭଣ୍ଡାରରେ ଅଧିକ ସୁନା ରହିଛି। ତେଣୁ ପ୍ରଥମେ ବାହାର ରତ୍ନଭଣ୍ଡାରର ଗଣତି କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ।

Advertisment

ରତ୍ନଭଣ୍ଡାର ଗଣତି ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଗୁଣ୍ଡିଚା ପୂର୍ବରୁ ଏହାର ଗଣତି କରାଯାଉ ବୋଲି ମତ ରଖିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବରିଷ୍ଠ ସେବାୟତ। ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଗଣତି ନେଇ ବୈଠକ ବସିଥିଲା, ଯେଉଁଥିରେ ରଥଯାତ୍ରା ହିଁ ରତ୍ନ ଅଳଙ୍କାର ଗଣତି ପାଇଁ ସଠିକ ସମୟ ବୋଲି  କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଥିଲେ।

ରତ୍ନଭଣ୍ଡାରର ସ୍ଥିତି ଓ ରତ୍ନାଳଙ୍କାରର ଗଣତି ପାଇଁ ବୈଷୟିକ ପଦ୍ଧତି ତଥା ଏଣ୍ଡୋସ୍କୋପି ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଣ୍ଡୋସ୍କୋପି ମାଧ୍ୟମରେ ହେଲେ ବି ମାତ୍ର ୯ଦିନ ମଧ୍ୟରେ ସବୁ କାର୍ଯ୍ୟ କରାଯିବା ସମ୍ଭବ ନୁହେଁ। ସେପଟେ ରତ୍ନାଳଙ୍କାରର ଆକଳନ କମିଟି ଅଧ୍ଯକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଉପରେ ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତେବେ କମିଟିକୁ ଏପର୍ଯ୍ୟନ୍ତ ୧୯୭୮ ମସିହା ରତ୍ନାଳଙ୍କାର ରିପୋର୍ଟ ଦିଆଯାଇନାହିଁ। ଖାଲି ସେତିକି ନୁହେଁ ୧୯୫୦ମସିହା ପୂର୍ବରୁ ଇଂରେଜ ଶାସନ ସମୟରେ ତିନିଥର ହୋଇଥିବା ଆକଳନ ରିପୋର୍ଟ ୧୯୭୮ମସିହା ରିପୋର୍ଟ ସହ ମେଳକ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ ଓ ପୁରୀବାସୀ।,