କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ପର୍ଯ୍ୟାପ୍ତ ଯୁକ୍ତି ଦର୍ଶାଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ଦର୍ଶାଇଥିଲେ କି ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତିର ବର୍ତ୍ତମାନ ସ୍ଥିତି ବିଷୟରେ ମଧ୍ୟ କୋର୍ଟକୁ ଜଣାଇଥିଲେ। ଉଭୟ ପକ୍ଷଙ୍କ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ଏହାପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ଶେଷ; ରାୟ ସଂରକ୍ଷିତ
/sambad/media/post_attachments/wp-content/uploads/2023/09/hati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)