ପୁରୀ: ଜୁଲାଇ ୮ରେ ଖାେଲିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ। ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।
ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂରୁ ପାର୍ଶ୍ବ କାନ୍ଥରେ କ୍ରାକ୍ ଥିବା ଜଣାଯାଇଛି। ଏହାଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥିବ। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ।
ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି। ୨୦୧୮ ହୋଇଥିବା ଯାଞ୍ଚର ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରର ମଣୋତି କରାଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନ, ପଶାୟତ କମିଟିର ଉପସ୍ଥିତିରେ ଏଏସଆଇ ଟିମ୍ ୮ ଦିନ ଭିତରେ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/p-4.jpg)