ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବସ୍ତ୍ର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ କାଟି ପକାଉଛନ୍ତି ମୂଷା : ୨ମାସ ହେଲା ଯନ୍ତା ବସୁଛି ହେଲେ ଧରାପଡୁନାହାନ୍ତି

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ମହାପ୍ରଭୁଙ୍କ ପିନ୍ଧିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ ମୂଷା କଟି ପକାଉଛନ୍ତି । ମାତ୍ର ମୂଷା ଦମନ ହୋଇ ପାରୁ ନଥିବାରୁ ଏହି ସମସ୍ୟା ବଢ଼ିଚାଲିଛି । ରେକର୍ଡ ଅଫ୍ ରାଇଟସ୍ ଅନୁସାରେ ମୂଷା ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗର୍ଭଗୃହରେ ଯନ୍ତା ବସାଇଛି। ମୂଷାଙ୍କୁ ଆକର୍ଷିତ କରିବା ଲାଗି ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନାହାନ୍ତି । ଫଳରେ ରାତିରେ ଯେମିତି ରଖା ଯାଇଥିଲା ଯନ୍ତାକୁ ସକାଳେ ସେମିତି ବାହାର କରାଯାଉଛି। ମୂଷାକୁ ଯନ୍ତାଆଡକୁ ଆକର୍ଷିତ କରିବା ପାଇଁ ଗୁଆଘିଅ ମଧ୍ୟ ଲଗାଯାଉଛି। ହେଲେ ତଥାପି ଯନ୍ତାରେ ପଡୁ ନାହାନ୍ତି ମୂଷା । ଦୀର୍ଘ ଦୁଇମାସ ଧରି ମୂଷା କୁ ଧରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ମୂଷା ଯନ୍ତାରେ ଧରାଦେଉନାହିଁ।

ମୂଷା ଉପଦ୍ରବକୁ ନେଇ ପ୍ରଶାସନ ଚିନ୍ତାରେ। ଅନ୍ୟପଟେ ଏହି ମୂଷାମାନଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଥିବା ପ୍ରଶାସନ କହିଛି। ଏଣେ ମହାପ୍ରଭୁଙ୍କ ପିନ୍ଧିବିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ ନଷ୍ଟ କରିଦେଉଥିବା ପ୍ରଶାସନ କହିଛି। ଏଭଳି ଏକ ବିଚିତ୍ର ସ୍ଥିତି ଗର୍ଭଗୃହରେ ସୃଷ୍ଟି ହୋଇଛି। ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା କରାଇଛି ମୂଷା।

ସମ୍ବନ୍ଧିତ ଖବର