ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ବିଜୟାଦଶମୀ ଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଦଶହରା ପାଇଁ ଘରେଘରେ ଜମିଛି ପିଠାପଣାର ଆସର । ଅସତ୍ୟ ଉପରେ ସତ୍ୟର ବିଜୟକୁ ସମଗ୍ର ଦେଶରେ ଆଜି ବିଜୟାଦଶମୀ ଭାବେ ପାଳନ କରାଯାଉଛି । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ଏଥିପାଇଁ ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିପାଇଁ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜଧାନୀ ଭୁବନେଶ୍ବରରେ କେତେକ ପୂଜା କମିଟି ପକ୍ଷରୁ ରାବଣପୋଡ଼ି ଉତ୍ସବ ଆୟୋଜିତ ହେଉଛି। ଭୁବନେଶ୍ବରର ପଳାଶୁଣି, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା, ଅହରକଣ୍ଟା ଆଦି ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହେଉଛି। ଏସବୁ ସ୍ଥାନରେ ଆଜି ରାତି ୧୦ଟା ବେଳେ ରାବଣପୋଡ଼ି ହେବ ବୋଲି ଜଣାଯାଇଛି। ଠିକ୍ ସେହିପରି ଜଟଣୀ ସହରରେ ବି ଏହା ଆୟୋଜିତ ହେଉଥିବାର ସୂଚନା ମିଳିଛି।
/sambad/media/post_attachments/906ca5bf034d4ae992ccc9cb16a786bf3b71671a8f558dbc3655159f9aa4eee8.jpg)
ଖାଲି ସେତିକି ନୁହେଁ ହଜାରେ ବର୍ଷର ସହର କଟକରେ ବି ରାବଣପୋଡ଼ି ଉତ୍ସବ ଆୟୋଜିତ ହେଉଛି। ଏଠାରେ ଥିବା ବାଲିଯାତ୍ରା ପଡ଼ିଆରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହେଉଛି।