ବରଗଡ଼: ରାବଣପୋଡ଼ି ପାଇଁ ପଶ୍ଚିମଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ସୋହେଲାରେ ଆଜି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାସ୍ଥିତ ମିନିଷ୍ଟାଡିୟମରେ ଆକର୍ଷଣୀୟ ରାବଣପୋଡ଼ି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ଼ ଜମାଇଥିଲେ। ଏଠାରେ ମହାପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ଅଭିନୟରେ କଳାକାର ଦଶାନନ ରାବଣକୁ  ତୀରମାରି ବଧ କରିଥିଲେ। ଏହା ପରେ ବାଣ ଓ ଆତସବାଜି ମାଧ୍ୟମରେ ସୋ’ ପ୍ରଦର୍ଶନ କରାଯାଇଥିଲା। ରାବଣପୋଡ଼ି କାର୍ଯ୍ୟକ୍ରମରେ ଦୀପାବଳିର ଝଲକ ମିଳିଥିଲା। ଦୀର୍ଘ ସମୟ‌ ଧରି ଏଠାରେ ବାଣ ଫୁଟିଥିଲା। ଲକ୍ଷାଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Advertisment

publive-image

ସୂଚନାଯୋଗ୍ୟ, ସୋହେଲାରେ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଥାଏ। ମା’ଙ୍କ ପୂଜାପାଇଁ ଅଞ୍ଚଳବାସୀ ସୁଉଚ୍ଚ ତୋରଣ କରିଥାନ୍ତି। ଆକର୍ଷଣୀୟ ଢଙ୍ଗରେ ଏହି ତୋରଣକୁ ସଜାଇ ଥାନ୍ତି। ବିଦ୍ୟୁତ ଆଲୋକମାଲାରେ ଦଶହରା ସମୟରେ ସୋହେଲା ମିନିଷ୍ଟାଡିୟମକୁ ସଜ୍ଜିକରଣ କରାଯାଇଥାଏ। ଏଠାକାର ସାଜସଜ୍ଜା ପାଇଁ ପଡୋଶୀ ଛତିଶଗଡ଼ରୁ ମଧ୍ୟ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ। ବିଗତ ୨ ବର୍ଷ ହେଲା କରୋନା ସଂକ୍ରମଣ ଯୋଗୁଁ ଦୁର୍ଗାପୂଜାର ଆୟୋଜନ ହୋଇପାରି ନ ଥିବାରୁ ଚଳିତ ଥର ଆକର୍ଷଣୀୟ ଢଙ୍ଗରେ ମା’ଙ୍କ ପୂଜା ଓ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

publive-image