କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅନନ୍ୟା’ରେ ଯୋଗଦେଲେ ବଲିଉଡ ନାୟିକା ରବୀନା ଟଣ୍ଡନ୍‌ !

ଭୁବନେଶ୍ୱର : ଆଜି କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅନନ୍ୟା : ସେଲିବ୍ରେଟିଙ୍ଗ ଦି ଓମ୍ୟାନ ଇନ୍‌ ୟୁ’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନାରୀଙ୍କୁ ଆତ୍ମର୍ନିଭରଶୀଳ ହେବା ନେଇ ବାର୍ତ୍ତା ଦେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନ।

ନାରୀମାନଙ୍କ ସମ୍ମାନ ଓ ଅଧିକାରର ବାର୍ତ୍ତା ନେଇ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଥିଲା ‘ଅନନ୍ୟା’ର ଦ୍ୱିତୀୟ ସଂସ୍କରଣ। ଏଥିରେ ଯୋଗଦେଇ ରବିନା ଟଣ୍ଡନ କହିଛନ୍ତି ପ୍ରତ୍ୟକ ମହିଳା ନିଜ ଭିତରେ ଥିବା ନାରୀତ୍ୱକୁ ଚିହ୍ନିବାର ଆବଶ୍ୟକତା ରହିଛି। ସମସ୍ତଙ୍କ ଜୀବନରେ ଚାପ ଆସେ କିନ୍ତୁ ଏହି ଚାପକୁ ସାମ୍ନା କରିବା ପାଇଁ ମହିଳା ମାନେ ଆଗେଇ ଆସିବା ଉଚିତ। ଏଥିପାଇଁ ପ୍ରତ୍ୟକ ନାରୀଙ୍କୁ ପରିବାର ମଧ୍ୟ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏମିତିକି ମାତ୍ର ୨୧ ବର୍ଷ ବୟସରେ କେମିତି ସେ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିି ସଫଳତାର ସହ ସେମାନଙ୍କ ଲାଳନ ପାଳନ କରିପାରିଥିଲେ ସେନେଇ ବି ନିଜ ଅନୁଭୂତି ବାଣ୍ଟିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତିଭାସମ୍ପର୍ଣ୍ଣ କିଛି ଶିଶୁ କନ୍ୟା ଓ ଯୁବ ପ୍ରତିଭାଙ୍କୁ ବି ସମ୍ମାନିତ କରାଯାଇଛି।

ସୂଚନାଯୋଗ୍ୟ ଓଡ଼ିଶାକୁ ଗଢ଼ିବାର ସ୍ୱପ୍ନ, ଓଡ଼ିଶା ନିର୍ମାଣର ପରିକଳ୍ପନା, ଏହି ବାର୍ତ୍ତା ନେଇ କନକ ନ୍ୟୁଜ୍‌ ଏବଂ ସମ୍ବାଦ ପରିବାର ପକ୍ଷରୁ ଓଡ଼ିଶା ‘ନିର୍ମାଣ କନକ୍ଲେଭ୍‌-୨୦୧୮’ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓଡ଼ିଶାର ଜଣାଣୁଣା ଚିନ୍ତାନାୟକ, ପ୍ରଶାସକ ଓ ରାଜନେତାମାନେ ଭାଗ ନେଇ ଓଡ଼ିଶା ନିର୍ମାଣ ସମ୍ପର୍କରେ ମତାମତ ରଖିଥିଲେ। ଓଡ଼ିଶାକୁ ଗଢ଼ି ତୋଳିବାର ଆକାଂକ୍ଷା, ନୂଆ ଓଡ଼ିଶା ନିର୍ମାଣର ସଂକଳ୍ପ,ଏମିତି କିଛି ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ଅନୁଷ୍ଠିତ ହୋଇଥିଲା- ‘ଓଡ଼ିଶା ନିର୍ମାଣ କନକ୍ଲେଭ’ର ଦ୍ୱିତୀୟ ସଂକରଣ। ଚଳିତ ସଂସ୍କରଣରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା କିଛି ଚିନ୍ତାନାୟକମାନେ ଓଡ଼ିଶା ନିର୍ମାଣ ନେଇ ମତାମତ ରଖିଥିଲେ।

ସମ୍ବନ୍ଧିତ ଖବର