କଟକ : ୨୦୧୭ ଜାନୁଆରି ୨୦ରୁ ଆରମ୍ଭ ହୋଇଥିବା ‘ରେଭେନ୍ସା-୧୫୦’ ଉତ୍ସବ ଆଜି ଶେଷ ହୋଇଛି। ଏହି ଅବସରରେ ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଉତ୍ସବ ପାଳିତ ହୋଇଯାଇଛି।
୨୦୧୭ ଜାନୁଆରି ୨୦ରୁ ଆରମ୍ଭ ହୋଇଥିବା ‘ରେଭେନ୍ସା-୧୫୦’ ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷ ଭାବେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶ ବିଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ। ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟରେ ଦୁଇଟି ଛାୟା ସଂସଦ ଓ ଦୁଇଟି ସମାବର୍ତନ ଉତ୍ସବ ମଧ୍ୟ ଆୟୋଜିତ ହୋଇଯାଇଛି। ୨୦୧୫ ଓ ୨୦୧୬ ବର୍ଷ ପାଇଁ ଗତ ୨୦୧୭ ଫେବ୍ରୁଆରି ୨୫ ଓ ୨୦୧୭ ପାଇଁ ଗତ ନଭେମ୍ବର ୨୫ ତାରିଖରେ ସମାବର୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଆଗାମୀ ଦିନରେ ରେଭେନ୍ସାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ବିଶ୍ୱବିଦ୍ୟାଳୟର ଖ୍ୟାତି ବଢାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ବର୍ଷକ ତଳେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ଏସ୍.ସି. ଜମିର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Ravenshaw012.jpg)