ରେଭେନ୍ସା ରତ୍ନ ସମ୍ମାନ ପ୍ରଦାନ ସମାରୋହ : ବିବୁଧେନ୍ଦ୍ର, ପ୍ରଫୁଲ୍ଲ ଓ ପ୍ରତିଭାଙ୍କୁ ରେଭେନ୍ସା ରତ୍ନ ସମ୍ମାନ

ଡାକ୍ତର ସିଦ୍ଧାର୍ଥ ଦାସ ଓ ଅଭିନେତା ବୁଦ୍ଧାଦିତ୍ୟଙ୍କୁ ‘ରେଭେନ୍ସା ଗୌରବ ସମ୍ମାନ

କଟକ : ଫାଇଟ୍‌ ଫର୍‌ ଦି ଫାଉଣ୍ତର ଅଫ୍‌ ରେଭେନ୍ସା ଇନ୍‌ଷ୍ଟିଚ୍ୟୁସନ୍‌ ଟ୍ରଷ୍ଟ ପକ୍ଷରୁ ଟି. ଇ. ରେଭେନ୍ସାଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରେଭେନ୍ସା ରତ୍ନ ସମ୍ମାନ-୨୦୨୦ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ଥିତ ସେଭେନ୍‌ ପିଲାର ଆନେକ୍ସ-୧ ଠାରେ ଫାଇଟ୍‌ ଫର୍‌ ଦି ଫାଉଣ୍ତର ଅଫ୍‌ ରେଭେନ୍ସା ଇନ୍‌ଷ୍ଟିଚ୍ୟୁସନ୍‌ ଓ ଜେଏମ୍‌ସି ଆଲୁମିନିର ଆବାହକ ପ୍ରକାଶ କୁମାର ପଣ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ‌ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ ପାତ୍ର ଓ ରାଜ୍ୟସଭା ସାଂସଦ ଡ଼କ୍ଟର ଅମର ପଟ୍ଟନାୟକ ଯୋଗ ଦେଇଥିଲେ। ସଂଗଠନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ ତଥା ଆଇନଜୀବୀ ସ୍ବର୍ଗତ ବିବୁଧେନ୍ଦ୍ର ମିଶ୍ରଙ୍କୁ ମରଣୋତ୍ତର ଏବଂ ପଦ୍ମଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନା, ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟଙ୍କୁ ‘ରେଭେନ୍ସା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଓ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ‘ରେଭେନ୍ସା ଗୌରବ ସମ୍ମାନ, ସମାଜସେବୀ ଲିଙ୍କନ ସୁବୁଦ୍ଧି, ଯୁବନେତା ସ୍ମୃତିରଞ୍ଜନ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଯୁବନେତା ହରିଶଙ୍କର ରାଉତଙ୍କୁ ‘ରେଭେନ୍ସା ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ‘ରେଭେନ୍ସା ରତ୍ନ-୨୦୨୦ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସଂଗଠନର ଅଧ୍ୟକ୍ଷ ସନ୍ତୋଷ ମହାରଣା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ତଥା ଜେଏମ୍‌ସି ଆଲୁମିନିର ସମ୍ପାଦକ ଜଗନ୍ନାଥ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରୀ ପୂଜାରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରୋହିତ ଛାବରା, ମନୋରଞ୍ଜନ ଆଚାର୍ଯ୍ୟ, ପୂର୍ଣ୍ଣିମା ସାହୁ, ବୀର ବିଷୋଇ, ରାକ୍ଷୀ ମଲ୍ଲିକ, ରିତାଞ୍ଜଳି ସାହୁ, ସ୍ବାଗତିକା ମହାରଣା, ସ୍ବାତିସ୍ନିଗ୍ଧା ପ୍ରମୁଖଙ୍କ ଦ୍ବାରା ଅଭିନୀତ ଓ ଡ. ଦେବୀଲାଲ ମିଶ୍ରଙ୍କ ନି‌େର୍ଦ୍ଦଶନାରେ ଅନୁଷ୍ଠିତ ‘କର୍ତ୍ତବ୍ୟ ମ‌ଞ୍ଚସ୍ଥ କରାଯାଇଥିଲା। ପ୍ରହଲ୍ଲାଦ ସାହୁ, ଆଶୁତୋଷ ପାତ୍ର, ବୈଜୟନ୍ତୀ ନାୟକ, ପ୍ରଭଞ୍ଜନ ମିଶ୍ର, ତୁଷାର ସ୍ବାଇଁ, ପ୍ରଦୀପ ବେହେରା, ତପନ ପରିଡ଼ା, ମନୋଜ ରାଉତ, ଅନିନ୍ଦିତା ଜେନା, ଅନ୍ନଦା ପ୍ରସାଦ ସ୍ବାଇଁ, ସୁଚିସ୍ମିତା, ସୁମିତ ସ, ଅନ୍ନପୂର୍ଣ୍ଣା, ଦୀପାମୁଦ୍ରା, ଅବିନାଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର