ରେଭେନ୍ସା ରତ୍ନ ସମ୍ମାନ ପ୍ରଦାନ ସମାରୋହ

‘ରେଭେନ୍ସା କେବଳ ନାମ ନୁହେଁ, ଏକ ବିଚାର’

କଟକ : ରେଭେନ୍ସା କେବଳ ଏକ ନାମ ନୁହେଁ। ଏହା ଏକ ବିଚାର। ଯେଉଁ ବିଚାରଟି ହେଲା ଉତ୍କର୍ଷର ଉପାସନା। ରେଭେନ୍ସାର‌ ଗୌରବମୟ ଇତିହାସକୁ ସ୍ମରଣ କରି ଆଜି ରେଭେନ୍ସା ନାମ ସହିତ ସଂଯୁକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଏପରି କାମ କରନ୍ତୁ ଯାହା ଏହାର ଭବିଷ୍ୟତକୁ ଉଜ୍ଜଳମୟ କରିବ। ‘ଫାଇଟ୍‌ ଫର ଦି ଫାଉଣ୍ଡର ଅଫ୍‌ ରେଭେନ୍ସା ଇନଷ୍ଟିଚ୍ୟୁସନ୍‌’ ପକ୍ଷରୁ ‘ରେଭେନ୍ସା ରତ୍ନ ସମ୍ମାନ-୨୦୧୯’ ପ୍ରଦାନ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହାନ ବ୍ୟକ୍ତି ବି‌‌ଶେଷଙ୍କୁ ସମ୍ମାନିତ କରି କୌଣସି ଅନୁଷ୍ଠାନ ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିନଥାଏ। ମାତ୍ର ସେମାନଙ୍କୁ ସମ୍ବର୍ଦ୍ଧିତ କରି ଅନୁଷ୍ଠାନ ଗୌରବାନ୍ବିତ ହୋଇଥାଏ।

ସଂଗଠନର ଆବାହକ ପ୍ରକାଶ କୁମାର ପଣ୍ଡାଙ୍କ ସଭାପତିତ୍ବରେ ସେଭେନ୍‌ ପିଲାର୍ସ ଆନେକ୍ସ-୧ରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ଯୋଗ ଦେଇ ରେଭେନ୍ସାର ଉନ୍ନତି ପାଇଁ ‌ଏହାର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ସଂଗଠିତ ଓ ସମର୍ପଣ ଭାବନେଇ କାମ କରିବାକୁ ଆହ୍ବାନ ଦେଇଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଏସ୍‌ସିଆରବିର ନି‌‌େର୍ଦ୍ଦଶକ ଡକ୍ଟର ସଧ‌ାଂଶୁ ଷଡଙ୍ଗୀ, ସମ୍ମାନିତ ଅତିଥି ଭା‌ବେ ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ କୁମାର ଦାସ, ସିସିଡି ଡକ୍ଟର ସଂଗୀତା ରଥ, ରେଭେନ୍ସା ଜୁନିୟର କଲେଜ ଅଧ୍ୟକ୍ଷା ଡକ୍ଟର ମଞ୍ଜୁଳା ଗୁରୁ, ରେଭେନ୍ସା କଲଜିଏଟ୍‌ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ଅଂଶୁମିତା ସ୍ବାଇଁ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପ୍ରଫେସର ବୈଦ୍ୟନାଥ ମିଶ୍ର, ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ପ୍ରଫେସର ସ୍ବର୍ଗତ ଏମ୍‌.କ୍ୟୁ. ଖାନ୍‌ଙ୍କୁ ‘ରେଭେନ୍ସା ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ‘ରେଭେନ୍ସା ଗୌରବ’ ସମ୍ମାନରେ ପ୍ରଫେସର ଡକ୍ଟର ଜେ.ପି ଦାସ ଏବଂ ଡକ୍ଟର ଚିତ୍ତରଂଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ‘ରେଭେନ୍ସା ଶ୍ରୀ’ ସମ୍ମାନରେ ଦେବେନ୍‌ ରାୟ, ଶ୍ରୀକାନ୍ତ ପରିଡା, ଦିବ୍ୟସିଂହ ରାୟଙ୍କୁ ସମ୍ମାନିତ କରାଯାଇଛି। ଉତ୍ସବରେ ରେଭେନ୍ସା କଲଜିଏଟ୍‌ ସ୍କୁଲର ଶିକ୍ଷକ ରବିନାରାୟଣ ପଣ୍ଡା ଓ ରେଭେନ୍ସା ବାଳିକା ସ୍କୁଲର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସଂଗଠନ ଅଧ୍ୟକ୍ଷ ସନ୍ତୋ‌ଷ ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଜଗନ୍ନାଥ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାକୁ ବୈଜୟନ୍ତୀ ନାୟକ, ବିଚିତ୍ରାନନ୍ଦ କାଣ୍ଡି, ସହଦେବ ସାହୁ, ରାଜେଶ ସିଂହରାଜପୁତ, ଅର୍ଚ୍ଚନା ବେହେରା, ପୂଜାରାଣୀ ରାଉତ, ସ୍ମୃତି ଶୁଭଶ୍ରୀ ମହାନ୍ତି, ଅଶୋକ କୁମାର ବାରିକ, ପ୍ରତୀକା ପ୍ରିୟଦର୍ଶନୀ, ଅନନ୍ୟା ମହାନ୍ତି, ଅମର୍ତ୍ତ୍ୟ ଅନୁରାଗ, ପବିତ୍ର ସ୍ବାଇଁ, ଶୁଭାଙ୍ଗୀ ରାଉତ ପ୍ରମୁଖ ପରିଚାଳନା କରିଥିଲେ। ‌ତ୍ରିଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର