କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ ସଂପର୍କିତ ମାମଲାରେ କୁଳାଧିପତି ଓ ରେଭେନ୍ସା ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳ ସଚିବଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର ଓ କୁଳାଧିପତିଙ୍କ ପକ୍ଷରୁ ଆଇନଜୀବୀ ସୁବିର ପାଲିତ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭, ଅକ୍ଟୋବର ୨୩ରେ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଓ ଅନୁଭବ ପ୍ରସ˚ଗରେ ନିୟମ ଉଲ୍ଲ˚ଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଜ୍ଞପ୍ତି ୟୁଜିସି ନିୟମାବଳୀ ଅନୁସାରେ କରାଯାଇନାହିଁ ବୋଲି ଦର୍ଶାଇ ପ୍ରଫେସର ଡକ୍ଟର ନଚିକେତା ଦାସ ହାଇକାର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୁଳାଧିପତି, ରେଭେନ୍ସା କୁଳ ସଚିବ, ଚୟନ କମିଟିକୁ ପକ୍ଷଭୁକ୍ତ କରାଯାଇଥିଲା। ସେହିପରି ପୃଥକ ଭାବେ ଏହି ପ୍ରସଂଗକୁ ନେଇ ଜୟକୃଷ୍ଣ ପଣ୍ଡା ଓ ସୁବାସ ସାମଲଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା।
ରେଭେନ୍ସା କୁଳପତି ନିଯୁକ୍ତି ବିବାଦ ମାମଲାରେ ଜବାବ ଦାଖଲ
/sambad/media/post_attachments/wp-content/uploads/2019/06/rev.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)