ରବି ମଣ୍ଡି ଧିରେ ଧିରେ ହେଉଛି ସ୍ବାଭାବିକ:କାଳବୌଶାଖୀ ପାଇଁ ଚିନ୍ତିତ ଚାଷୀ

ମଳାଇବା ବଦଳରେ ଟ୍ରେସର ମେସିନରେ ଧାନ ଅମଳ

ଜୟପୁର: ଗତ ୩ତାରିଖ ଦିନ ରବି ମଣ୍ଡି ଆରମ୍ଭ ହୋଇଥିଲା। ତେବେ କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ଏସଚଜି ଓ ପାଣିପଂଚାୟତକୁ ସାସ୍ ଓ ଧାନ ଉଠାଇବାକୁ ଥିବା ମିଲର୍ସଙ୍କୁ ମାସ୍ ଜିଲ୍ଲା ଯୋଗାଣ ବିଭାଗ ଦେଇ ନଥିଲା। ସେଭଳି ମିଲର୍ସ ମାନେ ବି ଧାନ ଉଠାଣ କରି ଚାଉଳ ଦେବାର ଚୁକ୍ତିନାମା ସାରି ନଥିଲେ। ଏହାରି ମଧ୍ୟରେ ପ୍ରଥମ କରି ଗଂଜାମ ଜିଲ୍ଲାର ୫୩ଟି ମିଲର୍ସଙ୍କ ମଧ୍ୟରୁ ୩୯ଟି, ନବରଙ୍ଗପୁର ଜିଲ୍ଲାର ୧୧ଟି ମିଲର୍ସଙ୍କ ମଧ୍ୟରୁ ୭ଜଣ ଏବଂ କୋରାପୁଟ ଜିଲ୍ଲାର ୮୪ଟି ମିଲର୍ସ ଆଜି ପର୍ଯ୍ୟନ୍ତ ଧାନ ଉଠାଇବାକୁ ଚୁକ୍ତି ସାରିଛନ୍ତି। ଧାନ କିଣିବା ପାଇଁ କ୍ରୟକାରୀ ତିନୋଟି ଯାକ ସଂସ୍ଥାକୁ ସାସ୍ ଓ ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ମାସ୍ ଦିଆ ସରିଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

କ୍ରୟକାରୀ ସଂସ୍ଥା ୧୫ଟି ଲ୍ୟାମ୍ପ ମଧ୍ୟରୁ ୬ଟି ଲ୍ୟାମ୍ପ ୨୪୮୯ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୯୯ହଜାର ୩୦୫କୁଇଣ୍ଟାଲ ଧାନ କିଣିଛି। ସେଭଳି ୧୪ଟି ମହିଳା ଏସଏଚଜି ଦଳ ୧୦୮୯ଜଣ ଚାଷୀଙ୍କ ଠାରୁ ୯୧ହଜାର ୬୦୯କୁଇଣ୍ଟାଲ ଓ ୨ଟି ପାଣି ପଂଚାୟତ ୧୪୪ଜଣ ଚାଷୀଙ୍କ ଠାରୁ ୧୨ହଜାର ୫୯୮କୁଇଣ୍ଟାଲ ଏଭଳି ସର୍ବମୋଟ ୩୭୨୨ଜଣ ଚାଷୀଙ୍କ ଠାରୁ ୩ଲକ୍ଷ ୩ହଜାର ୫୧୨କୁଇଣ୍ଟାଲ ଧାନ କିଣା ସରିଛି। ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ କୁଇଣ୍ଟାଲ ଧାନ ଉଠାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ।  ଜିଲାରେ ୬୭ଟି ମଣ୍ଡି ଖୋଲାଯାଇଛି। କୁମୁଲିପୁଟ ଲ୍ୟାମ୍ପ ୧୪ହଜାର ୭୮୪ କୁଇଣ୍ଟାଲ, ବୋରିଗୁମ୍ମା ଲ୍ୟାମ୍ପ ୨୧୧୨କୁଇଣ୍ଟାଲ, ଉମୁରୀ ଲ୍ୟାମ୍ପ ୪୨ହଜାର୮୭ କୁଇଣ୍ଟାଲ, କୋଟପାଡ ଲ୍ୟାମ୍ପ ୧ଲକ୍ଷ ୨୨ହଜାର ୪୭୩କୁଇଣ୍ଟାଲ, କୁନ୍ଦ୍ରା ଲ୍ୟାମ୍ପ ୧୫ହଜାର ୩୧୪କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ଧାନ କିଣିଛି।

ଅପରପ‌କ୍ଷରେ ଆସନ୍ତା ୧୫ରୁ ମୌସୁମୀ ବର୍ଷା ଆସିବ ବୋଲି ପାଣିପାଗ ବିଭାଗ କହୁଥିବାରୁ ଚାଷୀ ମାନେ ଏବେ  ଚିନ୍ତିତ। ଏହା ମଧ୍ୟରେ ‌କାଳବୈଶାଖୀ ବର୍ଷା ବେଢ଼ି ଉପରେ କରଡା ମାଡ ସଦୃଶ୍ୟ ଚାଷୀ ମାନଙ୍କ ପାଇଁ ହୋଇଛି। ରବି ଧାନ ଆଦ୍ରତା ଅଧିକା ରହିଥିବାରୁ ବର୍ଷାରେ ଓଦା ହେଲେ ପୁଣି ଏହା ବଢ଼ିବ। ତା ପରେ ଧାନ କ୍ରୟକାରୀ ଓ ଉଠାଣକାରୀ ମିଲର୍ସ ମାନେ କଟନି ଛଟନି ବଢ଼ାଇବାକୁ ଦାବି କରିବେ ତେଣୁ ଚାଷୀ ଭୟ କରୁଛନ୍ତି। ଏହି ସ୍ଥିତିରେ  ଧାନ କାଟିବାକୁ ପର୍ଯ୍ୟାପ୍ତ ପରିମାଣର କୃଷି ଶ୍ରମିକ ମିଳୁନାହାନ୍ତି। ଧାନ ମଳାଇବାକୁ ଗାଇ ଗୋରୁ ମିଳୁ ନାହାନ୍ତି।

ଚାଷୀ ମାନେ ବାଧ୍ୟ ହୋଇ ଧାନ କଟା ଓ ଅମଳ ମେସିନ ଉପରେ ସଂପୁର୍ଣ୍ଣ ନିର୍ଭର ହେଉଛନ୍ତି।  ଅଧିକା ଭଡା ଦେଇ ମଧ୍ୟ ଆଣି ଏଥିରେ ଏସବୁ କାମ କରୁଛନ୍ତି। ଧାନ ଶୁଖାଇବାକୁ ସେଭଳି ବଡ ଧରଣର ପ୍ଲାଟ୍ ପର୍ମ କୌଣସି ଗାଁରେ ନାହିଁ। ଯେଉଁ ସ୍ଥାନରେ ଚଟାଣ ଭଳି କିମ୍ବା ରାସ୍ତା ଦିଶୁଛି ଚାଷୀ ମାନେ ସେଠାରେ ଧାନ ଅମଳ କରିବାରେ ଲାଗିଛନ୍ତି। ଏପରିକି ଉମୁରୀ, ଚାରଗାଁ, ମୀନାଗୁଡା, କାଳିଆଗାଁ, ଜୟନ୍ତଗିରୀ, ପରଜାଗୁଡା , ବାଲିଗୁଡା ଆଦି ଅଂଚଳର ଚାଷୀ ମାନେ ଗାଁକୁ ଲାଗି ରହିଥିବା ରାସ୍ତା କିମ୍ବା ପୁରୁଣା ରାସ୍ତାରେ ଧାନ ଅମଳ କରି ସୁଖାଇ ବସ୍ତାରେ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି।

କାଳ ବୈଶାଖୀ ଚାଷୀଙ୍କ ପାଇଁ କାଳ ସାଜିଥିବାରୁ ଚାଷୀଙ୍କ ପାଇଁ ଖଳା ଯୋଜନା ଓ ଧାନ ସୁଖାଇବା ପିଣ୍ଡି ଗଲା କୁଆଡେ। ମଣ୍ଡି ଗୁଡିକର ଅବସ୍ଥା ସୁଧାରିବାରେ ଆରଏମସିକୁ ଆଉ କେତେ ବର୍ଷ ଲାଗିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର