ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ଗୁମଡ଼ା ଓ ଜିମିଡ଼ିପେଟାରେ ରହିବ

ଭୁବନେଶ୍ୱର : ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ରାୟଗଡ଼ା-ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସକୁ ଗୁମଡ଼ା ଓ ଜିମିଡ଼ିପେଟା ଷ୍ଟେସନରେ ରହଣି ବ୍ୟବସ୍ଥା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସର ସମୟ ସାରଣୀକୁ ପାର୍ବତୀପୁରମ୍ ଟାଉନ୍ ଓ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ କରାଯାଇଛି। ଗୁଣ୍ଟୁର-ରୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ(୧୭୨୪୩/୧୭୨୪୪) ଡିସେମ୍ବର ପହିଲାରୁ ଗୁଣ୍ଟୁରରୁ ଏବଂ ଡିସେମ୍ବର ୨ରୁ ଉଭୟ ପାର୍ଶ୍ୱରୁ ଉପରୋକ୍ତ ଷ୍ଟେସନଗୁଡ଼ିକରେ ରହଣି କରିବ। ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସ(୧୭୨୪୩) ଗୁମଡ଼ାରେ ଅପରାହ୍ନ ୧୨ଟା ୫୮ରେ ପହଞ୍ଚି ଅପରାହ୍ନ ୧ଟାରେ ଛାଡ଼ିବ। ସେହିପରି ଏହା ଜିମିଡ଼ିପେଟାରେ ଅପରାହ୍ନ ୧ଟା ୧୫ରେ ପହଞ୍ଚି ୧ଟା ୧୭ରେ ରାୟଗଡ଼ା ଅଭିମୁଖେ ଯିବ। ଫେରିବା ମାର୍ଗରେ ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ(୧୭୨୪୪) ଜିମିଡ଼ିପେଟାରେ ଅପରାହ୍ନ ୩ଟା ୪୫ରେ ପହଞ୍ଚି ୩ଟା ୪୭ରେ ଛାଡ଼ିବ। ଏହା ଗୁମଡ଼ାରେ ଅପରାହ୍ନ ୪ଟା ୧ରେ ପହଞ୍ଚି ୪ଟା ୩ରେ ଗୁଣ୍ଟୁର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର