ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ଓଡ଼ିଶାର ରାୟଗଡ଼ା ନୂଆ ଡିଭିଜନ୍ର ମାନ୍ୟତା ପାଇଛି। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାୟଗଡ଼ା ପୂର୍ବତଟ ରେଳ ଜୋନ୍ରେ ରହିବ। ନବଗଠିତ ଦକ୍ଷିଣତଟ ରେଳପଥରେ ଓ୍ଵାଲଟିୟର ଡିଭିଜନ୍ ରହିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଦକ୍ଷିଣତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ରହିବ।
ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ରାୟଗଡ଼ା ହେଲା ନୂଆ ଡିଭିଜନ୍
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)