ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ରାୟଗଡ଼ା ହେଲା ନୂଆ ଡିଭିଜନ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଓ୍ଵାଲଟିୟର ଡିଭିଜନ ବିଭକ୍ତିକରଣ ପରେ ଓଡ଼ିଶାର ରାୟଗଡ଼ା ନୂଆ ଡିଭିଜନ୍‌ର ମାନ୍ୟତା ପାଇଛି। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାୟଗଡ଼ା ପୂର୍ବତଟ ରେଳ ଜୋନ୍‌ରେ ରହିବ। ନବଗଠିତ ଦକ୍ଷିଣତଟ ରେଳପଥରେ ଓ୍ଵାଲଟିୟର ଡିଭିଜନ୍‌ ରହିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଦକ୍ଷିଣତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ରହିବ।

ସମ୍ବନ୍ଧିତ ଖବର