ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌, ରେଳ ଧାରଣାରେ ଫିସପ୍ଲେଟ୍‌ ନ ଥିବାରୁ ଲାଇନ୍‌ଚ୍ୟୁତ

ଲାଇନ୍‌ ମରାମତି ହେବା ପରେ ୧୦.୩୦ରୁ ୧୧ଟା ମଧ୍ୟରେ ଛାଡ଼ିବ ସମ୍ବଲେଶ୍ୱରୀ ଏକ୍ସପ୍ରେସ

ରାୟଗଡ଼ା: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ହାଓଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌। ରାୟଗଡ଼ାଠାରୁ ପ୍ରାୟ ୨୦କିମି ଦୂରରେ ଥିବା କେଉଟଗୁଡ଼ା ଷ୍ଟେସନ୍‌ ନିକଟରେ ଶୁକ୍ରବାର ସମ୍ବଲେଶ୍ୱରୀ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୫.୧୫ ପାଖାପାଖି ରେଳଧାରଣାରେ ଫିସପ୍ଲେଟ୍‌ ନ ଥିବାରୁ ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌ କେଉଟଗୁଡ଼ା ଓ ସିଙ୍ଗପୁର ରୋଡ୍‌ ଷ୍ଟେସନ୍‌ ମଝିରେ ଲାଇନଚ୍ୟୁତ ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇ ହୋଇ ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ଫଳରେ ଅପ୍‌ ଲାଇନରେ ରେଳ ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ଆଜି ହାଓ୍ଵଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ ସଂଧ୍ୟା ପ୍ରାୟ ୫.୧୫ ପାଖାପାଖି ଲାଇନ୍‌ଚ୍ୟୁତ ହୋଇଥିଲା। ଫଳରେ ଏକ ବଡ଼ଧରଣର ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଟ୍ରେନ୍‌ଟି ଅଟକିବା କ୍ଷଣି ଯାତ୍ରୀମାନେ ଦୌଡ଼ାଦୌଡ଼ି ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ସୌଭାଗ୍ୟବଶତଃ ଟ୍ରେନ୍‌ଟି ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ରାୟଗଡ଼ା ଏଆରଟି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଲାଇନ୍‌କୁ ମରାମତି କରିବା ଆରମ୍ଭ କରି ଦେଇଛନ୍ତି। ଦୁବୃର୍ତ୍ତମାନେ ରେଳ ଧାରଣାରୁ ଫିସପ୍ଲେଟ୍‌ କାଢ଼ି ନେଇଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ରିଲିଫ ଟ୍ରେନ୍‌ରେ ବଗିଗୁଡ଼ିକୁ ରାୟଗଡ଼ା ଓ ସିଙ୍ଗାପୁର ରୋଡ ଷ୍ଟେସନ୍‌ ଅଣାଯାଉଛି। ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ ଚାହା, ବିସ୍କୁଟ ପାଣି ସହିତ ୨୩୦ଟି ଅନ୍ୟାନ୍ୟ ଖାଦ୍ୟ ଥଳି ବନ୍ଦୋବସ୍ତ କରାଯାଇଛି। ଆହୁରି ପ୍ୟାକେଟ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତି ଚାଲିଛି। ସିଙ୍ଗଲ ଲାଇନ୍‌ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଯଥାସମ୍ଭବ ଚାଲିଛି। ରାତି ୧୦.୩୦ରୁ ୧୧ଟା ମଧ୍ୟରେ ଟ୍ରେନ୍‌ ଚାଲିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର