ରାୟଗଡ଼ା: ଗଛରେ ଧକ୍କା ଖାଇଲା ମହିନ୍ଦ୍ରା ମେକ୍‌ସିକୋ ଗାଡ଼ି: ୧୨ ଆହତ

ମୁନିଗୁଡ଼ା: ଶନିବାର-ରବିବାର ରାତିରେ ଏକ ମହିନ୍ଦ୍ରା ମେକ୍‌ସିକୋ ଗାଡ଼ି ରାସ୍ତାକଡ଼ରେ ଥିବା ଗୋଟାଏ ଗଛରେ ଧକ୍କା ଖାଇ ଗଡ଼ିଯିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରୁ ଆସୁଥିବା ଏଇ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଓ ଗାଡ଼ିଟି (OD18D8984) ମୁନିଗୁଡ଼ା ଅଭିମୁଖେ ଆସୁଥିଲା।

ରାତି ପ୍ରାୟ ୧: ୨୦ ସମୟରେ ମୁନିଗୁଡ଼ା ଠାରୁ ୧୦ କିଲୋମିଟର ଦୂର ଧୋବାଗୁଡ଼ି ଠାରେ କୌଣସି କାରଣରୁ ଗାଡ଼ିଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ଖାଇ ନୟନଯୋଡ଼ିକୁ ଗଡ଼ି ଯାଇଥିଲା।

ଖବର ପାଇ ରାତି ପ୍ରାୟ ୨ଟା ବେଳେ ମୁନିଗୁଡ଼ା ଦମକଳ ବାହିନୀ ଘଟନାସ୍ଥରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।

ଆହତ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସାଙ୍ଘାତିକ ହୋଇ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାୟଗଡ଼ାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରବିବାର ସକାଳେ ମୁନିଗୁଡ଼ା ପୁଲିସ ତଦନ୍ତ କରିବାକୁ ଘଟନାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର