ରାୟଗଡ଼ା: ଶନିବାର ରାତି ଦୁଇଟା ପରେ ଆଠ ଜଣ ମୁଖା ପିନ୍ଧା ନକ୍ସଲ୍ବାଦୀ କଲ୍ୟାଣସିଂହପୁର ଥାନା ଅଧୀନସ୍ଥ ମେଲକାଜୋବା ଗାଁ’ରେ ପଡ଼ିଥିବା ଆର୍ ଆଣ୍ଡ୍ ଆର୍ ଇନ୍ଫ୍ରାଟେକ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ଠିକା କ୍ୟାମ୍ପ୍ରେ ନିଅାଁ ଲଗାଇ ଦେଇଛନ୍ତି।
ନକ୍ସଲ୍ବାଦୀମାନେ ବିଶାଖାପାଟଣାର ଏହି କମ୍ପାନିର କ୍ୟାମ୍ପ୍ରେ ପ୍ରବେଶ କରି କର୍ମଚାରୀମାନଙ୍କୁ ପଦାକୁ ବାହାରି ଯିବାକୁ ଆଦେଶ ଦେଲା ପରେ ସେଠାରେ ରଖା ଯାଇଥିବା ୪ଟି ଟ୍ରାକ୍ଟର୍, ୪ଟି ମଟର୍ ସାଇକେଲ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ଜେସବିକୁ ପୋଡ଼ି ଦେଇ ଚାଲି ଯାଇଥିଲେ।
/sambad/media/post_attachments/wp-content/uploads/2017/11/final_bstSnapshot_860861-300x168.jpg)
ପ୍ରଧାନମନ୍ତ୍ରୀ ଗ୍ୟାମ୍ୟ ସଡ଼କ ଯୋଜନାରେ ଗୁଣ୍ଡୁରିଗୁଡ଼ା ଠାରୁ ଲାଖପଦର ଯାଏଁ ଚାଲିଥିବା ରାସ୍ତା ନିର୍ମାଣକୁ ନକ୍ସଲ୍ମାନେ ବିରୋଧ କରି ଆସୁଥିଲେ।