ରାୟଗଡ଼ା: ଓଭର୍‌ବ୍ରିଜ୍‌ରେ ଟ୍ରକ୍‌-ଟ୍ୟାଙ୍କର୍‌ ଧକ୍କା; ଯାନବାହନ ଚଳାଚଳ ବନ୍ଦ

ରାୟଗଡ଼ା: ରବିବାର ପ୍ରତ୍ୟୁଷରେ ରାୟଗଡ଼ା ସହରର ରେଳବାଇ ଓଭର୍‌ବ୍ରିଜ୍‌ ଉପରେ ଦୁଇଟି ଟ୍ରକ୍‌ ପରସ୍ପର ସହ ଧକ୍କା ଖାଇବା ଯୋଗୁଁ ସେ ବାଟ ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଛି।

ଓଭରବ୍ରିଜ୍‌ ଉପରେ ଏକ ବାଉଁଶ ବୋଝେଇ ଟ୍ରକ୍‌ ଜେ. କେ. ପେପର୍‌ ମିଲ୍‌ସ୍‌କୁ ଯାଉଥିବାବେଳେ ପଛରୁ ବେଦାନ୍ତକୁ ଯାଉଥିବା ଏକ ଟ୍ୟାଙ୍କ୍‌ ତାକୁ ଅତିକ୍ରମ କରିବାକୁ ଚେଷ୍ଟାକଲାବେଳେ ଉଭୟଙ୍କ ମଧ୍ୟରେ ଧକ୍କା ଲାଗିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ପ୍ରକାଶ।

ସେ ବାଟ ଦେଇ ଯାନବାହନ ଚଳାଚଳ ସ୍ୱାଭାବିକ କରିବା ନିମନ୍ତେ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ଟ୍ୟାଙ୍କର୍‌କୁ ସେଠାରୁ ହଟାଇ ନେବାକୁ ଯୋଜନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର