ତୃତୀୟ ଦିନରେ ମିସନ୍ ‘ଉଚ୍ଛେଦ’ : ସିଂହଦ୍ବାରରୁ କଟା ହେଲା ଶତାୟୁ ବରଗଛ

ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରୁ ଉଚ୍ଛେଦ ଶେଷ

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ସରକାରୀ ଓ ବେସରକାରୀ କୋଠା ଉଚ୍ଛେଦ ଅଭିଯାନ ଆଜିକୁ ତିନିଦିନ ପୂରିଛି। ତଥାପି ଉଚ୍ଛେଦ କାର୍ଯ୍ୟ ଶେଷ କରିପାରିନି ଜିଲ୍ଲା ପ୍ରଶାସନ। ଆଜି ମଧ୍ୟ ମେଘନାଦ ପାଚେରି ସଂଲଗ୍ନ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଭଙ୍ଗାରେ ଦିନତମାମ ଯାଇଛି। ସେହିପରି ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଏବଂ ରାମଦୟା ପରିଷଦ ପଛପାଖରେ ଥିବା ଶତାୟୁ ବରଗଛକୁ ଆଜି କାଟି ଦିଆଯାଇଛି। ବହୁଦିନରୁ ଏହି ଗଛଟି ମେଘନାଦ ପାଚେରି ପାଇଁ ବିପଦ ଭାବେ ଠିଆ ହୋଇ ରହିଥିବା ବେଳେ ଏହାର ବିରାଟ ଚେର ଶ୍ରୀମନ୍ଦିର ଭିତର ଓ ବାହାର କାନ୍ଥକୁ ଫଟାଇ ଦେଉଥିଲା। ଆଜି ଏକାଧିକ ବ୍ୟକ୍ତି ଲାଗି କରତ ସାହାଯ୍ୟରେ ଏହି ବିଶାଳକାୟ ଦ୍ରୁମକୁ କାଟି ଦେଇଛନ୍ତି। ଦକ୍ଷିଣଦ୍ବାର, ପଶ୍ଚିମଦ୍ବାରରୁ ଉଚ୍ଛେଦ କାର୍ଯ୍ୟ ପ୍ରାୟ ସରିଥିଲେ ବି ସିଂହଦ୍ବାର ଉଚ୍ଛେଦ କାର୍ଯ୍ୟ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର