ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆଜି ବିଦ୍ୟୁତ୍‌ ସଂଯୋଗ କରାଯିବ: ସଂଜୟ ସିଂହ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବୁଧବାର ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯିବ। ବିଦ୍ୟୁତ ଜନିତ ସୂଚନା ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ଏହି ତଥ୍ୟ ପ୍ରଦାନ କରିଛନ୍ତି। ବିଦ୍ୟୁତ ମରାମତି ପାଇଁ ୫୦୦ ଗ୍ୟାଙ୍ଗ ଓ ୫୦୦ ଅଫିସର ନିୟୋଜିତ ଅଛନ୍ତି। କାମକୁ ତୀବ୍ର କରିବା ପାଇଁ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲଙ୍ଗାନାରୁ କୁଶଳୀ କାରିଗର ନିୟୋଜିତ ହେବେ। ଏହା ପରେ ଖୁବ୍‌ କମ୍‌ ଦିନ ମଧ୍ୟରେ ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଗୁଡ଼ିକର ଶାଖାକୁ ବିଦ୍ୟୁତ ସଂଯୋଗ ହେବା ପରେ ଏଠାରେ କାମ ସହଜରେ ହୋଇପାରିବ। ଏବେ ବ୍ୟାଙ୍କରେ ବିଦ୍ୟୁତ ଓ ଇଣ୍ଟରନେଟ ନଥିବାରୁ ଗ୍ରାହକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିଭଳି ରାଜ୍ୟର ଲକ୍ଷାଧିକ ବେତନଭୋଗୀ ଦରମା ପାଇପାରୁ ନାହାନ୍ତି।

ସାମୁଦ୍ରିକ ଝଡ଼ ଫନି ପରେ ରାଜଧାନୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। କଟକରେ ୮୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ, ଜଟଣୀରେ ୫୦ ପ୍ରତିଶତ ଜଳ ଯୋଗାଣ ହୋଇ ପାରିଛି। ସନ୍ଧ୍ୟା ସୁଦ୍ଧା ଆଜି କଟକରେ ଶତପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବା ବୋଲି ପୂର୍ବାନୁମାନ କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ୮୦ ପ୍ରତିଶତ ବିଦ୍ୟୁତ୍‌ ସେବା ମିଳିବ। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ ପ୍ରତିଶତ ବିଦ୍ୟୁତ ସେବା ମିଳିବ। ଏହା ପରେ ପୁରୀରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର