ଭୁବନେଶ୍ବର : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲ ବୋର୍ଡ଼ ମିଟିଂରେ ଯୋଗଦେବାକୁ ଭୁବନେଶ୍ବର ଆସିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହି ଅବସରରେ ଶ୍ରୀ ଦାସ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ରାଜ୍ୟରେ ବ୍ୟାଙ୍କିଂ ସେବା ନେଇ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଶ୍ରୀ ଦାସ କହିଥିଲେ,ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲ୍ ବୋର୍ଡ଼ ମିଟିଂ ଭୁବନେଶ୍ବରସ୍ଥିତ ଆରବିଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସେଥିପାଇଁ ସେ ଭୁବନେଶ୍ବର ଆସିଛନ୍ତି। ଶେଷଥର ପାଇଁ ଭୁବନେଶ୍ବରରେ ୨୦୧୨ ମସିହାରେ ସେଣ୍ଟ୍ରାଲ୍ ବୋର୍ଡ଼ ମିଟିଂ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସେ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିଲେ। ସାକ୍ଷାତ ବେଳେ ରାଜ୍ୟ ସରକାରଙ୍କ କୁବେର ପ୍ଲାଟଫର୍ମରେ ଡିବିଟି ଜରିଆରେ ଅର୍ଥ ପ୍ରଦାନ, ଡିଜିଟାଲ ପେମେଣ୍ଟ, କୃଷି କ୍ଷେତ୍ରରେ ବ୍ୟାଙ୍କ ଋଣ, ବ୍ୟାଙ୍କ ଶାଖା ଉପଲବ୍ଧ ନେଇ ଆଲୋଚନା ହୋଇଥିଲା। ବ୍ୟାଙ୍କିଂ କ୍ଷେତ୍ରରେ ସବୁବେଳେ ନୂଆ ଚାଲେଞ୍ଜ ଆସେ, ଏହା ଏବେକାର ସମସ୍ୟା ନୁହେଁ। ବିଗତ ୨୦ରୁ ୩୦ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ବ୍ୟାଙ୍କଗୁଡ଼ିକୁ ଏହିସବୁ ସମସ୍ୟାର ମୁକାବିଲା କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
/sambad/media/post_attachments/wp-content/uploads/2019/12/rbi-governor-meet-naveen-patnaik-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)