ବାରିପଦା: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଆଜି ସ୍ଥାନୀୟ ସୁନାମୁହିଁସ୍ଥିତ ଆରଡିଏସି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ଶାରିରୀକ ସୁସ୍ଥତା ରକ୍ଷା ଉଦ୍ଦେଶ୍ୟରେ ଭୌତିକ ଚିକିତ୍ସା କେନ୍ଦ୍ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣି ଏହାକୁ ଉଦ୍ଘାଟନ କରିଥିଲେ । ଉକ୍ତ କେନ୍ଦ୍ରରେ ବିଭିନ୍ନ ଆଧୁନିକ ଭୌତିକ ଯନ୍ତ୍ରପାତି ମାଧ୍ୟମରେ ଏବଂ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଦୈନିକ ବିଭିନ୍ନ ପ୍ରକାରର ବ୍ୟାୟାମ କରାଯିବା ସହ ଚିକିତ୍ସାର ବ୍ୟବସ୍ଥା ରହିଛି । ଆଜି ପ୍ରଥମ ଦିନରେ ବିଭିନ୍ନ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପିଲା ଯୋଗଦେଇ ଭୌତିକ ଯାନ୍ତ୍ରିକ ପଦ୍ଧତି ଦ୍ୱାରା ଚିକିତ୍ସାସେବା ପାଇଥିବା ଆରଡିଏସି ସମ୍ପାଦକ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଆଧାର କାର୍ଡ ଦେଖାଇ ମାଗଣାରେ ଏହି ଚିକିତ୍ସା ସେବାର ସୁଯୋଗ ନେଇ ପାରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ଆରଡିଏସି ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ
/sambad/media/post_attachments/wp-content/uploads/2020/10/RDAC-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)