ଭୁବନେଶ୍ବର: ଗଞ୍ଜାମ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ହେବ ଆରଡିସି ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏ ନେଇ ନିର୍ଦ୍ଦେଶ ଦେବେ। ୨ ମାସ ଭିତରେ ଏହାର ତଦନ୍ତ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଜାରି ଚଢାଉ ରହିଛି ।
ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣ ଗିରଫ ହେଲେଣି । ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।
ତେବେ ମଦମୃତ୍ୟୁ ଘଟଣାରେ ବିଜେଡ଼ିର ପ୍ରତିବାଦ ନେଇ ଗୃହ ବାହାରେ ମନ୍ତ୍ରୀ କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଅମୂଳକ। ଚୋରା ମଦ କାରବାରରେ ବିଜେଡି ଲୋକଙ୍କ ସମ୍ପୃକ୍ତି ଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।