ନିର୍ବାଚନ ବାତିଲ୍ ହୋଇଥିବା ସ୍ଥାନରେ ୨୩ରେ ପୁନଃମତଦାନ: କଡ଼ା ସୁରକ୍ଷା ବଳୟରେ ୯ଟାରୁ ୩ଟା ଭୋଟ୍‌

ଭୁବନେଶ୍ବର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ଗଣ୍ଡଗୋଳ, ବାଲାଟ୍ ବାକ୍ସ ଲୁଟ୍ ପାଇଁ ଯେଉଁ ସବୁ ବୁଥ୍‌ରେ ନିର୍ବାଚନ ବାତିଲ୍ କରାଯାଇଥିଲା ସେଠାରେ ଆସନ୍ତା ୨୩ତାରିଖରେ ପୁନଃ ମତଦାନ ହେବ ବୋଲି ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ କେନ୍ଦ୍ରରେ ଯେପରି ପୁଣି ଗଣ୍ଡଗୋଳ ହେବନି ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାତିଲ୍‌ ହୋଇଥିବା ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲବର ୪ଟି, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର ୪ଟି, ଯାଜପୁର ଜିଲ୍ଲାର ଯାଜପୁର ବ୍ଲକର ୯ଟି, ଧର୍ମଶାଳା ବ୍ଲକର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ତିନିଟି କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ବାତିଲ୍ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଗୋଟିଏ , ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁନଃ ଭୋଟ୍‌ଗ୍ରହଣ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର