ପଞ୍ଚାୟତ ନିର୍ବାଚନ: ବିଞ୍ଝାରପୁର ଓ କେରେଇରେ ୧୪ଟି ବୁଥ୍‌ରେ ସାନି ମତଦାନ ପାଇଁ ପ୍ରସ୍ତାବ

ଯାଜପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ବିଭ୍ରାଟ ଦେଖାଯାଇଛି। ଯାଜପୁର ଜିଲ୍ଲାର ୨ଟି ବ୍ଲକର ୧୪ଟି ବୁଥରେ ପୁନଃ ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରସ୍ତାବ । ବିଝାରପୁରରେ ୮ଟି ଓ କୋରେଇ ବ୍ଲକରେ ୬ଟି ବୁଥରେ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତର ୨, ୪, ୬, ୭ ଓ ୮ ନମ୍ବର ବୁଥରେ ପୁଣି ଥରେ ଭୋଟ‌ ଦେବା ପାଇଁ ପ୍ରସ୍ତାବ ଆସିଛି। ଜରି ପଞ୍ଚାୟତର ୧୪ ନମ୍ବର, ବିତାନା ପଞ୍ଚାୟତର ୬ ନମ୍ବର ଓ ଉତଙ୍ଗର ପଞ୍ଚାୟତର ୩ ନମ୍ବର ପଞ୍ଚାୟତରେ ପୁଣି ଥରେ ମତଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି କୋରେଇ ବ୍ଳକ ଅନ୍ତର୍ଗତ ଟିକରା ପଞ୍ଚାୟତର ୧୪ ଓ ୧୫ ନମ୍ବର ବୁଥ୍‌ ଏବଂ ସୋତି ପଞ୍ଚାୟତର ୮, ୯, ୧୦ ଓ ୧୧ ନମ୍ବର ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି।

ସମ୍ବନ୍ଧିତ ଖବର