ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିବା ୩୪ଟି ବୁଥରେ ୧୯ ତାରିଖରେ ହେବ ସାନି ମତଦାନ

ଭୁବନେଶ୍ବର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହୋଇଥିବା ମତଦାନ ବେଳେ ୩୪ଟି ବୁଥରେ ବିଭିନ୍ନ କାରଣରୁ ଭୋଟ ଗ୍ରହଣରେ ଅସୁବିଧା ହୋଇଥିଲା । ତେଣୁ ସେ ସବୁ ମତଦାନ କେନ୍ଦ୍ରଗୁଡ଼ିକରେ ୧୯ ତାରିଖରେ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ଏହାଛଡା ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୩ ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରମାନଙ୍କୁ ଏଥି ଲାଗି ଟ୍ରେନିଂ ଦିଆଯିବ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଇଭିଏମ ଓ ଭିଭିପାଟ ଉପରେ ଫନିର କୌଣସି ପ୍ରଭାବ ପଡି ନାହିଁ । ସବୁ ଇଭିଏମ୍ ଓ ଭିଭିପାଟ ସୁରକ୍ଷିତ ରହିଛି । ଏଥିସହ ସେ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୯ ତାରିଖରେ ରାଜ୍ୟର ୩୪ ବୁଥରେ ସାନିମତଦାନ ହେବ ।

ସମ୍ବନ୍ଧିତ ଖବର