ମୁହଁ ଖୋଲିଲେ ଆଇଏଫଏସ ଅଭୟକାନ୍ତ ପାଠକ: କହିଲେ, ବିଭାଗରେ ଥାଇ କୌଣସି ଅର୍ଥ ହଡ଼ପ କରିନାହିଁ

ଭୁବନେଶ୍ବର: ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସମେତ ତାଙ୍କ ପୁଅ ଆକାଶ, ପୁତୁରା ଓ ଡ୍ରାଇଭରଙ୍କର କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ୪ଜଣଙ୍କ କୋଭିଡ୍ ପରୀକ୍ଷା ହେବ ବୋଲି ଜଣାଯାଇଛି। ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବାର ସୂଚନା ମିଳିଛି। ତା’ପରେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏଣେ କ୍ୟାପିଟାଲ ହସ୍ପିଟାଲକୁ ଯିବା ବେଳେ ଅଭୟକାନ୍ତ ପାଠକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କିଛି ଠକେଇ ହୋଇନି, ସବୁ ଠିକ୍ ଅଛି। ସେ ଆହୁରି ମଧ୍ୟ କହିଥିଲେ ଯେ ପୁଅ ଆକାଶ ତାଙ୍କ ଟଙ୍କାରେ ଅୟସ କରୁନଥିଲା, କାରଣ ପୁଅର ମାସିକ ଦରମା କୋଟିଏ। ଖାଲି ସେତିକି ନୁହେଁ, ବିଭାଗରେ ଥାଇ ସେ କୌଣସି ଅର୍ଥ ହଡ଼ପ କରିନାହାନ୍ତି ବୋଲି ବି ଜୋର୍ ଦେଇ କହିଛନ୍ତି ଆଇଏଫଏସ ଅଭୟକାନ୍ତ।

ସୂଚନାଯୋଗ୍ୟ, ଅଭୟକାନ୍ତଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ମିଳି ସାରିଥିବା ବେଳେ ଏହି ପରିମାଣ ଆହୁରି ବଢିବ ବୋଲି ଅନୁମାନ ଲଗାଇଥିଲା ଭିଜିଲାନ୍ସ ବିଭାଗ। ମିଳିଥିବା ୩ ଦାମୀ ଓ ବିଳାସପୂର୍ଣ୍ଣ ଗାଡ଼ି ଟାଟା ହ୍ୟାରିୟର, ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ମାଲିକାନା ଆକାଶଙ୍କ ନାମରେ ରହିଛି। ପୁନେରେ ରହୁଥିବା ଆପାର୍ଟମେଣ୍ଟରେ ତିନୋଟି ଦାମୀ ମର୍ସିଡିଜ୍ କାର ମଧ୍ୟ ମିଳିଛି। ଯେଉଁଥିରେ ଦୁଇଟି ଭଡ଼ା କାର ବୋଲି ଜଣାପଡ଼ିଛି। ଯେଉଁ ଟ୍ରାଭେଲ୍ସରୁ କାର ଆସିଥିଲା ସେଠାରେ ଏକ ଟିମ୍ ଖୋଳତାଡ଼ କରିବା ପରେ ୨୫ ଲକ୍ଷ ଭଡ଼ା ଦିଆ ଯାଇଥିବା ଜଣାପଡ଼ିଛି। ଆକାଶ ନାଁରେ ଥିବା ୩ଟି ଦାମୀ ୟମାହା ଏଫଜେଡ୍ଏସ୍ ବାଇକ୍ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର