ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ଓଡ଼ିଶା ପିସିସି ସଭାପତି, କାହା ହାତରେ ରହିବ ଦଳର ମଙ୍ଗ, ଏନେଇ କଂଗ୍ରେସ ଶିବିରରେ ଚାଲଛି ମାନସ ମନ୍ଥନ। ଦିଲ୍ଲୀରୁ ଫେରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ୍ଣ ପ୍ରୟାସ କରିପାରୁଥିବ, ସେଭଳି ଲୋକଙ୍କୁ ଏଆଇସିସି ଓଡ଼ିଶା ପିସିସି ସଭାପତି ଭାବେ ନିଯୁକ୍ତ କରିବ। ମୋର ବ୍ୟକ୍ତିଗତ ଆଉ ଦଳଗତ ଇଚ୍ଛା ଭିନ୍ନ। ତେଣୁ ଦଳ ଯାହା ନିଷ୍ପତ୍ତି ନେବ, ତାହା ସମସ୍ତେ ଗ୍ରହଣ କରିବେ।