ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା। ସେ କହିଛନ୍ତି, ବିକାଶ ହେଉଛି ନବୀନ ପଟ୍ଟନାୟକଙ୍କ ମୁଖ୍ୟ ମୁଦ୍ଦା। ଜଣେ ଦକ୍ଷ ଅଫିସର ଭାବେ ପାଣ୍ଡିଆନ ବି ପ୍ରଶାସନରେ ଥିବା ସମୟରେ ଓଡ଼ିଶାର କୋଣ ଅନୁକୋଣରେ ବିକାଶ ପହଞ୍ଚାଇଛନ୍ତି। ଆଗକୁ ଆହୁରି ବିକାଶ ହେବ, କାରଣ ନବୀନ ଯାହା ଉପରେ ବିଶ୍ୱାସ ରଖିଛନ୍ତି, ସେ ବିକାଶ କରିଛନ୍ତି। ଅତି ବେଗରେ ସେ ବିକାଶ କରୁଥିଲେ ଯାହା ଲୋକଙ୍କ ପାଖରେ ପହଞ୍ଚୁଥିଲା। ମୁଖ୍ୟମନ୍ତ୍ରୀଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି ଓ ସେ ବିଶ୍ୱାସର ସହ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି। ସେ ବିଜେଡିରେ ଯୋଗ ଦେବା ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ।

Advertisment

ସଚିଵ ଭାବେ ଭି.କେ ପାଣ୍ଡିଆନ ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରୁଥିଲେ। ଯେଉଁଥିପାଇଁ ବିରୋଧୀ ଅସହିଷ୍ଣୁ ହୋଇ ପଡ଼ିଥିଲେ। ତିନି ଦିନ କି ତିନି ମାସରେ ଭିଆରଏସ୍ ଗ୍ରହଣ ହେବା କଥାର ସ୍ପଷ୍ଟୀକରଣ କେନ୍ଦ୍ର ସରକାର ଦେଇ ପାରିବେ ବୋଲି ଶ୍ରୀ ବେହେରା କହିଛନ୍ତି।