ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗକୁ ଆମେ ଗୁରୁତ୍ବ ସହ ନେଇଛୁ: କଟକ ଡିସିପି

କଟକ: ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଛି। ପୂର୍ବରୁ ସମାନ ପ୍ରକାର ଅଭିଯୋଗ ହୋଇଛି କି ନାହିଁ ତାର ଅନୁଧ୍ୟାନ କରାଯିବ। ଲିଖିତ ଅଭିଯୋଗରେ ଦୋଷାବହ ବିଷୟ ସାମ୍ନାକୁ ଆସିଲେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗଗୁଡ଼ିକୁ ଆମେ ଗୁରୁତ୍ବ ସହ ନେଇଛୁ ଓ ତଦନ୍ତ ଚାଲିଛି।

କଟକ ପୁରୀଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ। ‌ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ନେଇ ଏହି ଅଭିଯୋଗ କରିଛନ୍ତି ବର୍ଷା। ତେବେ ଏତଲାରେ ବର୍ଷା ଅଭିଯୋଗ କରିଛନ୍ତି ଯେ, ମନଗଢ଼ା ଭିଡ଼ିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯେଉଁଥିରେ ବାର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି। ଏପରିକି ବର୍ଷାଙ୍କ ନାରୀତ୍ୱକୁ ଅପମାନ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡାଇ ନେଉଛନ୍ତି।

ସୂଚନା ଅନୁଯାୟୀ, ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ସାଂସଦ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏତଲା ଦେଇଥିବାବେଳେ ଅନୁଭବ ସୋସିଆଲ ମଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓ, ଯାହାକି ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଥିବା ବର୍ଷା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର