ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ।
ଏହି ଅବସରରେ ସେ କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ। ଆଜି ମୁଁ ବହୁତ ଭାବବିହ୍ଵୋଳ ହୋଇଗଲି। ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି। ମୁଁ ଖୁବ୍ ବ୍ୟଥିତ ହେଲି। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି। ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ। ଆଜି ବିଧାନସଭା ଆସିଛି। କିନ୍ତୁ ବାପା ଦେଖିବାକୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/deepali.jpg)