ଭୁବନେଶ୍ବର: ବୁଷ୍ଟର ଡୋଜ ନୂଆ ଭାରିଏଣ୍ଟକୁ ପ୍ରତିହତ କରିପାରିବ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ଗତ ନଭେମ୍ବର ୨୮ରୁ ସରକାରୀ ଟିକାକାରଣ ବନ୍ଦ ରହିଛି। ତେଣୁ ଟିକା ଯୋଗାଣ ପାଇଁ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରାଯିବା ସହ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ।
ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଟିକା ଦିଆସରିଛି। ୯୭% ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇସାରିଥିବାବେଳେ, ୯୪% ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଏବଂ ମାତ୍ର ୪୧% ଲୋକ ପ୍ରି-କସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ନେଇଛନ୍ତି। ତେବେ ରାଜ୍ୟରେ ଏବେ ବି ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଆଉ ୫୯% ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇନାହାନ୍ତି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଟିକାଯୋଗାଣ ନାହିଁ, ଯେତିକି ଥିଲା ସରିଯାଇଛି । ସମସ୍ତ ପ୍ରକାର ଟିକା ଆମର ସରିଯାଇଛି, ତଥାପି ଆମେ ସଜାଗ ଅଛୁ। ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ। ତେବେ ରାଜ୍ୟର ୧୨ ଟି ବେସରକାରୀ ହସ୍ପିଟାଲରେ ଟିକାକରଣ ଚାଲିଛି, ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ବୁଷ୍ଟର ଡୋଜ ନେଇଥିବା ଲୋକେ ସୁରକ୍ଷିତ, ନୂଆ ଭାରିଏଣ୍ଟକୁ ବୁଷ୍ଟର ଡୋଜ ଟିକା ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଟିକା ଯୋଗାଣ ପାଇଁ ପୁଣି କେନ୍ଦ୍ରକୁ ଅନୁରୋଧ କରାଯିବ: ପରିବାର କଲ୍ୟାଣ ବିଭାଗ ନିର୍ଦେଶକ
/sambad/media/post_attachments/wp-content/uploads/2022/12/c55ffe93-fce7-4d0c-a1d6-dd961861e2be.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)