ଭୁବନେଶ୍ବର: ଜଗନ୍ନାଥ ଦର୍ଶନ, ପରିକ୍ରମା ପ୍ରକଳ୍ପ ଏବଂ ଚାରି ଦ୍ୱାର ଖୋଲିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, ଧାଡ଼ିରେ ଠିଆ ହୋଇ ଲୋକେ କଷ୍ଟ ପାଉଛନ୍ତି, କିନ୍ତୁ ଲୋକଙ୍କ ପାଇଁ ବ୍ୟବସ୍ଥା ନାହିଁ। ପ୍ରକଳ୍ପ ହେଉ,ଐତିହ ନଷ୍ଟ ନକରୁ, ଐତିହକୁ ସଂରକ୍ଷଣ କରାଯାଉ,ଐତିହକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ। ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ସହଜରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, କେଉଁ ବ୍ୟବସ୍ଥାରେ ସୁଧାର ଆସିବା କଥା ତାହା ପ୍ରଶାସନ, ସରକାର ଓ ଲୋକମାନେ ଜାଣିଛନ୍ତି। ବିକଳ୍ପ ବ୍ୟବସ୍ଥା କରାଯାଉ, ଧାଡ଼ିରେ ଠିଆ ହୋଇ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକ। ସେମାନଙ୍କ ପାଇଁ ବ୍ୟବସ୍ଥା ନାହିଁ, କାହାକୁ ଝାଡ଼ା ପରିସ୍ରା ଲାଗିବ, ତାର କିଛି ବ୍ୟବସ୍ଥା ନାହିଁ। ଏସବୁ ଦେଖି ଅନେକ କଷ୍ଟ ଲାଗିଲା। ଭକ୍ତ ଓ ଭଗବାନଙ୍କ ଭିତରେ କୌଣସି ପାର୍ଥକ୍ୟ ସୃଷ୍ଟି କରା ନଯାଉ। ଭକ୍ତ କେମିତି ସୁବିଧାରେ ଦର୍ଶନ କରିବେ ତାର ବନ୍ଦୋବସ୍ତ କରାଯିବା ଆବଶ୍ୟକ। କାର୍ତ୍ତିକ ମାସରେ ବହୁ ଭକ୍ତ ଆସୁଛନ୍ତି। ଲୋକଙ୍କ ଯନ୍ତ୍ରଣା ପ୍ରଶାସନ ଅନୁଭବ କରିବା କଥା। ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ। ଦର୍ଶନ କରିବା ସବୁଠୁ ବଡ଼। ବ୍ୟତିକ୍ରମ ହେଲେ ପ୍ରତିବାଦ କରିବା କଥା। ପୁରୀ ଯାଇଥିଲି,ଏସବୁ ଦେଖି ଭାରି କଷ୍ଟ ଲାଗିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/59162797-c26e-410b-8c4f-f129e44253ab.jpeg)