ଭୁବନେଶ୍ବର: ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ଧମକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅରୁପ ପଟ୍ଟନାୟକ ବ୍ୟବହାର ଜାଣି ନାହାନ୍ତି। ତୁ ତା କରି ବ୍ୟବହାର କରୁଛନ୍ତି। କେମିତି ବ୍ୟବହାର କରଯାଏ, ସେ ଜାଣି ନାହାନ୍ତି। ସେ କୋଉ ବିଶ୍ୱବିଦ୍ୟାଳୟରୁ ବାହାରିଛନ୍ତି ? ମୁମ୍ବାଇରେ ପୁଲିସ କମିସନର ଥିବା ବେଳେ ବାଂଲାଦେଶୀଙ୍କ ସହ ସାଲିସ କରିଥିଲେ। ଏଥିଲାଗି କମିସନର ପଦରୁ ବିଦା ହୋଇଥିଲେ।
ମୋତେ ସେ ସେ ମାରିବା ପାଇଁ କହିଛନ୍ତି, ମୁଁ ଏକ ନିରୀହ ଲୋକ। ଯଦି ମାରିବାକୁ କହୁଛନ୍ତି ମାରିବେ। ପୁଲିସ ମାରୁଛି, ଏକ୍ସ ପୁଲିସ ମାରିବ। ସେ ଯୋଉ ଜାଗାକୁ ଡାକିବେ ମାରିବାକୁ, ମୁଁ ଯିବି ସ୍ଥାନ ସମୟ ତାଙ୍କର। ମୁଁ କ୍ଷମା ପ୍ରାର୍ଥନା କାହିଁକି କରିବି? ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି?
ମୁଁ ଅନୁତପ୍ତ ନୁହେଁ। ବିଧାନସଭାରେ ନବ ଦାସ ପ୍ରସଙ୍ଗ ଉଠାଇବାକୁ କହିଥିବାରୁ, ପ୍ରସଙ୍ଗକୁ ଡାଇଲୁଟ କରିବା ପାଇଁ ବିଜେଡି ଏଭଳି ଚକ୍ରାନ୍ତ କରିଛି। କେବଳ ମୁଁ ନୁହେଁ, ଆମ ଦଳ ମଧ୍ୟ ନିଶ୍ଚୟ ନବ ଦାସ ପ୍ରସଙ୍ଗ ବିଧାନସଭାରେ ନିଶ୍ଚୟ ଉଠାଇବ। କିନ୍ନରମାନଙ୍କୁ ଭଡ଼ାରେ ଆଣି ଧାରଣା ଦିଆଯାଉଛି।
ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି, ପ୍ରତି କ୍ରିୟାର ପ୍ରତିକ୍ରିୟା ଅଛି। ମୋ ଗୋଡ଼ ଉପରେ ଆଇଆଇସି ଚଢ଼ିଗଲେ ପ୍ରତିକ୍ରିୟାରେ ମୁଁ ଠେଲିଦେଲି। ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି, କିନ୍ତୁ ନିରପେକ୍ଷ ତଦନ୍ତ ହେବ ତ? ପୁଲିସର ତଦନ୍ତ ଉପରେ ମୋର ବିଶ୍ବାସ ନାହିଁ। ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ।ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି,ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି, ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ’ଣ ପାଇଁ କ୍ଷମା ମାଗିବି?
ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି? ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
/sambad/media/post_attachments/wp-content/uploads/2023/02/3fa1ec30-11b2-4f4e-b3c0-54104a7aa790.jpg)