ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଏଥିଲାଗି ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି। ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ନେଇ ଗୌହାଟୀରେ ବସିଥିବା ବୈଠକରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଗୌହାଟୀ ରଣନୀତି ଶତ ପ୍ରତିଶତ ଫଳପ୍ରଦ ହୋଇଛି। ବର୍ତ୍ତମାନ ଆମେ ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ ନେଇକି ଯିବୁ। ରାଜ୍ୟରେ କିପରି ଆମେ ନିର୍ବାଚନ ଲଢ଼ିବୁ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି | ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି, ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି। ଓଡ଼ିଶାରେ ଆଗାମୀ ନିର୍ବାଚନ କର ବା ମର ହେବ।| ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ ବୈଠକରେ ବିସ୍ତୁତ ଆଲୋଚନା ହୋଇଛି। ସାଙ୍ଗଠନିକ ସ୍ଥିତି ନେଇ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ରହିଛି।
୨୦୨୪ ଲାଗି ଦୁର୍ନୀତି, ବେରୋଜଗାରୀ, ଦାଦନ, ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ରାଜ୍ୟରେ ବିକାଣ ବାଟବଣା ହୋଇଛି, ପର୍ଯ୍ୟଟନର ବିକାଶ ନାହିଁ, ଜଳସେଚନର ବିକାଶ ନାହିଁ ବୋଲି ମନମୋହନ ସାମଲ କହିଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ। ଏଥର ବିଜେପି ଜନତାଙ୍କୁ ନିବେଦନ କରିବ, ଆମକୁ ୫ ବର୍ଷ ଦିଅ, ଆମ ସରକାର ଆସିଲେ ୭୫ ବର୍ଷରେ ଯାହା ନ ହୋଇଛି ତାଠୁ ଅଧିକ କାମ କରିବୁ। ଆଜ ଓଡ଼ିଶା ସରକାର ବିକାଶକୁ ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି, ଲୋକଙ୍କ ପାଖକୁ ଯାଉଛନ୍ତି, ତାହାର ଶ୍ବେତପତ୍ର ଜାରି କରିବାକୁ ସେ ଦାବି କରିଛନ୍ତି।
ବିକାଶକୁ ନେଇ ଶ୍ବେତପତ୍ର ଜାରି କରନ୍ତୁ ଓଡ଼ିଶା ସରକାର: ମନମୋହନ ସାମଲ
/sambad/media/post_attachments/wp-content/uploads/2023/07/57774f5f-ad05-4551-bc15-e646183db1ba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)