ଭୁବନେଶ୍ବର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ନେତା। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ। ବିଜେଡିରେ ଗଣତନ୍ତ୍ର ନାହିଁ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦଳୀୟ ଶୃଙ୍ଖଳା କମିଟିରେ ନିଷ୍ପତ୍ତି ନିଆଯାଇଥିଲା କି? କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇନାହିଁ। ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ।

Advertisment

ଏଣେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏପ୍ରସଙ୍ଗ ଆମେ ବିଧାନସଭାରେ ଉଠାଇବୁ।