ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଉପରେ ବିଭିନ୍ନ ବର୍ଗର ଲୋକଙ୍କ ପ୍ରତିକ୍ରିୟା ମିଳିଛି।
ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି। ଇ ଏଜୁକେସନ କାର୍ଯ୍ୟକ୍ରମରେ କର୍ପୋରେଟ ସଂସ୍ଥା ଲାଭବାନ ହେବେ।
ଦରଦାମ କମିବା ନେଇ ବଜେଟରେ କିଛି ସ୍ପଷ୍ଟତା ନାହିଁ। ଚାଷୀଙ୍କ ପାଇଁ କେବଳ କଥା ମିଳିଛି। ବଜେଟରେ କିଛି ସ୍ବତନ୍ତ୍ରତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଶକ୍ତି ଯୋଜନା କେବଳ ଧୂଆଁବାଣ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି।

ସମ୍ବନ୍ଧିତ ଖବର