ଭାଇଠାରୁ ଦୂରରେ ରହିବାକୁ ପ୍ରକୃତିଙ୍କୁ ନିବେଦନ କଲେ ବାବୁସାନଙ୍କ ଭଉଣୀ

ଭୁବନେଶ୍ବର: ବାବୁସାନ୍ –ତୃପ୍ତି ଓ ପ୍ରକୃତିଙ୍କ କଳିକୁ ନେଇ ବାବୁସାନଙ୍କ ଭଉଣୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ଭାଇ ଏବେ ବହୁତ ବଦଳି ଯାଇଛି । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ପ୍ରକୃତି ମିଶ୍ର ମୋ ଭାଇର ସଂସାର ଭାଙ୍ଗିଛନ୍ତି। ପୂର୍ବରୁ ଘଟଣାକୁ ନେଇ ମନ୍ନଥ ମିଶ୍ରଙ୍କ ଘରକୁ ଯାଇଥିଲୁ। ଝିଅ ମୋ ଆୟତ୍ତରେ ନଥିବା କହିଥିଲେ ପ୍ରକୃତିଙ୍କ ବାପା ମନ୍ନଥ ମିଶ୍ର। ଭାଇକୁ ବୁଝାଇବାକୁ ସବୁ ଉଦ୍ୟମ କରିଥିଲୁ। ଭାଇଠୁ ଦୂରରେ ରହିବାକୁ ପ୍ରକୃତିଙ୍କୁ ଅପିଲ୍ କଲେ ବାବୁସାନଙ୍କ ଭଉଣୀ ।

ବାବୁସାନଙ୍କ ଘଟଣାରେ ସିଧାସଳଖ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରିଛନ୍ତି ତାଙ୍କ ଭଉଣୀ। ‘ମୋ ଭାଇ ପୂର୍ବଠାରୁ ବହୁତ ବଦଳିଯାଇଛି । ଏଥିପାଇଁ ଅଭିନେତ୍ରୀ ଦାୟୀ’ ବୋଲି ଖୋଲାଖୋଲି କହିଛନ୍ତି ବାବୁସାନଙ୍କ ଭଉଣୀ । ‘ପ୍ରକୃତି ମିଶ୍ରଙ୍କ କ୍ୟାରେକ୍ଟର ବିଷୟରେ ମୁଁ ଭଲ ଭାବରେ ଜାଣିଛି । କେବଳ ଓଡିଶା ଇଣ୍ଡଷ୍ଟ୍ରିରେ ନୁହେଁ ମୁ୍ମ୍ବାଇରେ ମଧ୍ୟ ତାଙ୍କର ଇମ୍ପ୍ରେସନ୍ କ’ଣ ଅଛି ତାହା ମୋଠାରୁ ଅଧିକ କେହି ବୋଧେ ଜାଣିନାହାଁନ୍ତି’ ବୋଲି ସେ କହିଛନ୍ତି।

ପ୍ରକୃତି ମିଶ୍ରଙ୍କ ବିଷୟରେ ଜାଣିବା ପରେ ମୁଁ ମୋ ଭାଇକୁ ବୁଝାଇବାକୁ ଯାଇଥିଲି । ହେଲେ ପୂର୍ବର ଆଉ ସେ ବାବୁସାନକୁ ପାଇନଥିଲି । ସେ ପୁରାପୁରି ବୁଦଳିଯାଇଥିଲା । ଆଗରୁ ସେ ତା’ ମା’, ପରିବାର, ସ୍ତ୍ରୀ, ପୁଅକୁ ଏତେ ଭଲପାଉଥିଲା ହେଲେ ଏବେ ସେ ଘରକୁ ହିଁ ଆସୁନି, କାହାକୁ ଚାହୁଁନି । ସେ ଏତେ ବଦଳିଯାଇଛି ଯେ, ତାକୁ ଫେରାଇଆଣିବା ଏବେ କଷ୍ଟକର । ସେ ଏମିତି ଏକ ମଜବୁରିରେ ଫସିଯାଇଛି ଯେଉଁଥିରୁ ସେ ବାହାରି ଆସିପାରୁନାହିଁ । ଆଉ ଗୋଟେ କଥା ଆଜିକାର ବିଜ୍ଞାନ ଯୁଗରେ ଏକଥା ବିଶ୍ୱାସ କରିନହେଲେ ବି ବୋଧେ ତାକୁ  କଳା ଯାଦୁ କରାଯାଇଛି’ ବୋଲି କହିଛନ୍ତି ବାବୁସାନଙ୍କ ଭଉଣୀ ।

ସେପଟେ, ଅପରାଜିତା ମିଡିଆକୁ ପ୍ରତିକ୍ରିୟା ରଖି କହିଛନ୍ତି, ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ ସଙ୍ଗରେ ପଡିଥିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ । ତାର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି ।

ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ପୁଅ ବାବୁସାନ୍ ସ୍ତ୍ରୀ, ଛୁଆ ଓ ବାପା ମାଆଙ୍କ ପାଖକୁ ସେ ଫେରିଆସୁ ବୋଲି ନିବେଦନ କରିଛନ୍ତି।

ବାବୁସାନର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି। ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ। ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି। ଓଡ଼ଶାବାସୀ ଆମ ପରିବାରଙ୍କ ସହ ଅଛନ୍ତି। ଆମକୁ ଆଶୀର୍ବାଦ କରନ୍ତୁ।

ସମ୍ବନ୍ଧିତ ଖବର