ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବାରେ ବିଳମ୍ବ ଘଟିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦୀର୍ଘ ତିନି ବର୍ଷ ଧରି ପକ୍କା ଘରଟିଏ ପାଇଁ ଲୋକେ ଚିନ୍ତାରେ ପଡ଼ିଲେଣି l ଉପା ସରକାର ଅମଳରେ ଯେତେ ମାଗୁଥିଲେ ସେତେ ମିଳୁଥିଲା l ବିଜେଡି ଓ ବିଜେପି ଲଢେଇ ପାଇଁ ଲୋକେ ହଇରାଣ ହେଉଛନ୍ତି l ତୁରନ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଅନ୍ତୁl
ଏଣେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମତ ରଖି କଂଗ୍ରେସ ବିଧାୟକ କହିଛନ୍ତି, ଏଥିଲାଗି ଓଡ଼ିଶା ସରକାରଙ୍କ ଆନ୍ତରିକତା ନାହିଁ। ଟ୍ରିବ୍ୟୁନାଲ ୫ ବର୍ଷ ହେଇଗଲାଣି l ରାଜ୍ୟ ସରକାରଙ୍କ ଚେତା ଏବେ ଫେରୁଛି। ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ତଳ ମୁଣ୍ଡରେ ଆଡ଼ି ବନ୍ଧ ବାନ୍ଧି ନହାନ୍ତି. ଏଥିରୁ ରକ୍ଷା ନାହିଁ. ସେଥିପାଇଁ ଟ୍ରିବ୍ୟୁନାଲ ପାଖରେ ଯୁକ୍ତି ବାଢିପାରୁନାହାନ୍ତି।
ତେଣେ ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରସଙ୍ଗରେ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସିମ୍ପାଥି ମାହୋଲ କିଛି ନାହିଁ। ବୀରେନ୍ଦ୍ର ପାଣ୍ଡେଙ୍କୁ ଲୋକେ ମନେ ରଖିଛନ୍ତି। ତାଙ୍କ ପୁଅ ତରୁଣ ପାଣ୍ଡେ ସେ ଲୋକାଲ ପିଲା। ଆଉ ଯେତେ ଛିଡ଼ା ହେଉଛନ୍ତି ସବୁ ବାହାରର। ଲୋକ ଚିନ୍ତା କଲେଣି ମାଟିର ପିଲାକୁ ଭୋଟ ଦେବେ।