ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ। ରାଇସ ମିଲରେ ରହିଛି ହଜାର ହଜାର ବସ୍ତା ଧାନ। ଜିଲ୍ଲାର ୫ଟି ରାଇସ ମିଲରୁ ମିଳିଛି ୨୧ହଜାର ୮୦୦ ବସ୍ତା ଧାନ। ସୋମବାର ସକାଳେ ତହସିଲଦାର ଦେବେନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ, ଯୋଗାଣ ବିଭାଗ ପକ୍ଷରୁ ୧୦ ରାଇସ ମିଲରେ ଅଚାନକ ଯାଞ୍ଚ କରାଯାଇ ଥିଲା। ଏଥିମଧ୍ୟରୁ ଧାନ ମିଳିଥିବା ୫ ରାଇସ ମିଲକୁ କାରଣ ଦର୍ଶାଅ ନୋଟିସ ଜାରି ହେବ। ସେମାନେ ଉପଯୁକ୍ତ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଜିଲ୍ଲାପାଳ କହିଛନ୍ତି, ୧୫ ତାରିଖରୁ ଆରମ୍ଭ ହେବ ଧାନ ବିକ୍ରି। ଧାନ ବିକ୍ରିରେ ୫୧ଟି ମିଲ ଟେଗ କରାଯାଇଛି। ନିୟମ ଦୃଷ୍ଟିରୁ ଟେଗ ହୋଇଥିବା ମିଲଗୁଡ଼ିକ ବାହାରୁ ଧାନ କିଣିପାରିବେ ନାହିଁ। ସେହି ଦୃଷ୍ଟିରୁ ସେମାନଙ୍କ ମିଲରେ କୌଣସି ଧାନ ରହିବା ଉଚିତ ନୁହେଁ। ଏହା ସତ୍ତ୍ୱେ ସମ୍ବଲପୁର ରେମେଡ଼ ଛକ ସ୍ଥିତ ସମଲେଶ୍ୱରୀ ରାଇସ ମିଲରୁ ୧୪୦୦ ବ୍ୟାଗ, ଲରପଙ୍କ ସ୍ଥିତ ବୈଷ୍ଣୋଦେବୀ ଚୁଡ଼ା ଏଣ୍ଡ ରାଇସ ମିଲରୁ ୭୦୦୦ ବ୍ୟାଗ, ଆ.କଟାପାଲି ସ୍ଥିତ ବାଲାଜୀ ରାଇସ ମିଲରୁ ୬୦୦୦ ବ୍ୟାଗ, ମା ସମଲେଶ୍ୱରୀ ଫୁଡ ପ୍ରଡକ୍ଟ, ସାନସିଂହାରିରୁ ୪୦୦୦ ବ୍ୟାଗ, ଅମ୍ବିକା ରାଇସ ମିଲ, ସାନସିଂହାରିରୁ ୩୪୦୦ ବ୍ୟାଗ ଧାନ ଠାବ କରିଛି ପ୍ରଶାସନିକ ଟିମ। ଏଥିସହିତ ଆରକେ ରାଇସ ମିଲ, ଲରପଙ୍କରୁ ୨୫୦ ବ୍ୟାଗ, ଜୟହନୁମାନ ରାଇସ ମିଲ ସାନସିହଂରିରୁ ୨୦୦ ବ୍ୟାଗ ଧାନ ମିଳିଛି।
୧୦ ରାଇସ୍ ମିଲ୍ରେ ଅଚାନକ ଚଢ଼ଉ
/sambad/media/post_attachments/wp-content/uploads/2017/11/rice-store-chamal-godam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)