୧୯ରେ ପାଳନ ହେବ ପଠନ ଦିବସ

ଭୁବନେଶ୍ବର : ପିଲାମାନଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଉତ୍ସାହ ସୃଷ୍ଟି କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆସନ୍ତା ୧୯ ତାରିଖ ଏବଂ ଏହାର ସପ୍ତାହକ ପର୍ଯ୍ୟନ୍ତ ଯଥାକ୍ରମେ ପଠନ ଦିବସ ଓ ପଠନ ସପ୍ତାହ ପାଳନ କରାଯିବ। ଏହା ମାଧ୍ୟମରେ ପିଲାଙ୍କୁ ଗଳ୍ପ କଥନ, କବିତା ଆବୃତ୍ତି, ଲୋକ କଳା, ଡ୍ରଇଁ, ପେଣ୍ଟିଂ, କୁଇଜ୍‌ ଆଦି କରିବାର ସୁଯୋଗ ମିଳିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପାଠପଢ଼ା ହେବା। ଶିକ୍ଷକମାନେ ପ୍ରତି ଶ୍ରେଣୀ ପାଇଁ ସ୍ବତନ୍ତ୍ର ହ୍ବାଟସଆପ୍‌ ଗ୍ରୁପ୍‌ କରିବାକୁ କୁହାଯାଇଛି। ପିଲାମାନଙ୍କ ପଢ଼ିବା ଓ ଲେଖିବା ଦକ୍ଷତା ବିକାଶ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ କରିବା ଲାଗି ନୀତି ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯିବା ପରେ ଓସେପା ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଓସେପା।

ସମ୍ବନ୍ଧିତ ଖବର