ଭୁବନେଶ୍ବର: ଭାରତ ନିର୍ବାଚନ ଆୟୋଗ କୌଣସି ମୁହୂର୍ତ୍ତରେ ଲୋକସଭା ଏବଂ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଘୋଷଣା କରିପାରନ୍ତି। ସେହି ମୁହୂର୍ତ୍ତରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ତେଣୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସମୟରେ କୌଣସି ବି ସରକାରୀ ଓ ସର୍ବସାଧାରଣ କୋଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜନୈତିକ କର୍ମକର୍ତ୍ତାଙ୍କ ଫଟୋ, କ୍ୟାଲେଣ୍ଡର ଲାଗିବ ନାହିଁ। ତେଣୁ ରାଜ୍ୟ ସରକାର ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ଘଣ୍ଟା ମଧ୍ୟରେ ଏହାକୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି େଲଖି ଜଣାଇଛନ୍ତି ଯେ, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କେଉଁ ସରକାରୀ ଓ ସର୍ବସାଧାରଣ କାର୍ଯ୍ୟାଳୟ, ୱେବସାଇଟ୍ରେ ନେତାମାନଙ୍କର ଫଟୋ, ହୋର୍ଡିଂ ଲାଗିଛି ତାହାକୁ ଚିହ୍ନଟ କରାଯାଉ। ଏହାର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉ। ଏହାସହ ପ୍ରତ୍ୟେକ ବିଭାଗ ଏନେଇ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ରାଜ୍ୟ, ଜିଲ୍ଲା, ସବ୍ଡିଭିଜନ, ବ୍ଲକ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ନିଯୁକ୍ତି ଦିଅନ୍ତୁ। ଯେଉଁମାନେ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ଘଣ୍ଟା ମଧ୍ୟରେ ଏହାକୁ ତୁରନ୍ତ ହଟାଇବେ। ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାର କମିସନର ଓ ନିର୍ବାହୀ ଅଧିକାରୀମାନେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Election-commission-of-India.jpg)