ସମ୍ବଲପୁର: ପୁଣି ତୀବ୍ର ହେବ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ। ସରକାରଙ୍କ ଆର୍ଥିକ କାରବାର ଠପ୍ କରିବାକୁ ଚେତବାନୀ ଦେଇଛି ସମ୍ବଲପୁର ଓକିଲ ସଂଘ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମାନ୍ୟବର ହାଇକୋର୍ଟଙ୍କ ମତ ନ ଲୋଡ଼ିଲେ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପାଇଁ ବିଶେଷଜ୍ଞ କମିଟି ପଠାନଗଲେ ଏଭଳି ଚରମ ପଦକ୍ଷେପ ଗ୍ରହଣ ପାଇଁ ଧମକ୍ ଦିଆଯାଇଛି। ସୂଚନା ଅନୁସାରେ, ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କୁ ସମ୍ବଲପୁର ଓକିଲ ସଂଘ କର୍ମକର୍ତ୍ତା, ଆକ୍ସନ କମିଟି ଏବଂ ସିଏସିର ସଦସ୍ୟମାନେ ଉପରୋକ୍ତ ମର୍ମରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ ରହିଥିବା ଏକ ପତ୍ର ଫେବ୍ରୁଆରି ୭ ତାରିଖ ସିଏସିକୁ ଜିଲ୍ଲାପାଳ ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଏବଂ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ଏଥିରେ ଦର୍ଶାଯାଇଥିଲା। ଏପରିକି ଯଥାଶିଘ୍ର ବିଶେଷଜ୍ଞ କମିଟି ଗଠନ କରାଯାଇ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ଉଲ୍ଲେଖ ରହିଥିଲା। ଏହାପରେ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୋହଳ କରାଗଲା। ୫ ମାସ ଧରି ବନ୍ଦ ଥିବା ପ୍ରଶାସନିକ କାର୍ଯ୍ୟାଳୟ ଖୋଲିଲା। ମାତ୍ର ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଜୋର୍ଦାର୍ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘ ଆକ୍ସନ କମିଟି ସଭାପତି ପ୍ରଦୀପ ବହିଦାର କହିଛନ୍ତି।
ବେଞ୍ଚ୍ ଆନ୍ଦୋଳନ ପାଇଁ ପୁଣି ସଜବାଜ
ଆର୍ଥିକ କାରବାର ବନ୍ଦ ଧମକ, ହାଇକୋର୍ଟ ମତ ନିଅ, ବିଶେଷଜ୍ଞ କମିଟି ପଠାଅ
/sambad/media/post_attachments/wp-content/uploads/2019/02/strike-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)